Masthead

ଓଡ଼ିଶାରେ ଦିଲ୍ଲୀ ଫର୍ମୁଲା!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ଚାଲିଛି ସାଧାରଣ ନିର୍ବାଚନ । ଏକା ସାଙ୍ଗରେ ହେଉଛି ଲୋକସଭା ଏବଂ ବିଧାନସଭା ଇଲେକ୍ସନ । ଅନୁଷ୍ଠିତ ହେଉଛି ମତଦାନ । କମ୍ପୁଛି ମଇଦାନ । ଜମୁଛି ପ୍ରଚାର ପ୍ରସାର । ରାଜନୈତିକ ଦଳ ଭୋଟରଙ୍କୁ ଦେଉଛନ୍ତି ମାଳ ମାଳ ଯୋଜନାର ଅଫର । ସାମ୍ନାକୁ ଆସିଛି ତିନି ପ୍ରମୁଖ ଦଳ ବିଜେଡ଼ି, କଂଗ୍ରେସ ଓ ବିଜେପିର ଇସ୍ତାହାର । ସମସ୍ତଙ୍କ ନଜରରେ ଏବେ ପାଞ୍ଚ ପାଞ୍ଚ ଥରର ସରକାରରେ ରହି ଆସିଥିବା ଆଞ୍ଚଳିକ ଦଳ ବିଜୁ ଜନତା ଦଳର ଇସ୍ତାହାର ଉପରେ । ତାକୁ ନେଇ ଚାଲିଛି ନାନା କଳ୍ପନା ଜଳ୍ପନା । ଗାଁଠୁ ସହର ସଭିଙ୍କ ମୁହଁରେ ସେହି ଗୋଟିଏ କଥା ଝାଡ଼ୁ ପଛେ ପଛେ ଏବେ ଶଙ୍ଖ ।

ଦିଲ୍ଲୀରେ ଆମ ଆଦମୀ ପାର୍ଟି ତଥା ଅରବିନ୍ଦ କେଜ୍ରିୱାଲଙ୍କ ସରକାରର ଫର୍ମୁଲାକୁ ୨୪ ଇଲେକ୍ସନରେ ଆପଣାଇ ନେଇଛନ୍ତି ନବୀନ ପଟ୍ଟନାୟକଙ୍କ ଦଳ ବିଜେଡି । ଦଳର ଇସ୍ତାହାର ଓ ପଞ୍ଚମ ପାଳିର ସରାକର ସମୟରେ ନିଆଯାଇଥିବା ନିଷ୍ପତ୍ତି କୁ ଦେଖିଲେ ଲାଗୁଛି ଯେମିତି ଝାଡ଼ୁକୁ ଫଲୋକରି ନିର୍ବାଚନ ରଣାଙ୍ଗନ ପାର ହେବାକୁ ବ୍ଲୁ ପ୍ରିଣ୍ଟ ବନାଇଛି ବିଜେଡ଼ି । ଇସ୍ତାହାରରେ ଥିବା ମାଗଣା ବିଜୁଳି ହେଉ କି ପଞ୍ଚମ ପାଳି ସରାକର ସମୟରେ ସ୍କୁଲ ରୂପାନ୍ତିକରଣ ଓ ପ୍ରତ୍ୟକ ଘରକୁ ଜଳ ଯୋଗାଣ ନିଷ୍ପତ୍ତି ବେଶ ଚର୍ଚ୍ଚାକୁ ଖୋରାକ ଯୋଗାଉଛି । ଏମିତି ନିଷ୍ପତ୍ତି ନେଇ ଦିନେ ସରକାରକୁ ଆସିଥିଲା ଆପ । ଏବେ ବିଜେଡ଼ିକୁ ବି ଭରଷା ।

କିନ୍ତୁ ହଁ ସେଠି ସର୍ତ୍ତ ନାହିଁ ଏଠି ସର୍ତ୍ତ ଅଛି । ପାର୍ଟି କିଣିକି ମାଗଣା ଦେଉଛି ବିଜୁଳି କିନ୍ତୁ ଆମେ ଅନ୍ୟ ରାଜ୍ୟକୁ ବିଜୁଳି ବିକି ମଧ୍ୟ ୧୦୦ ୟୁନିଟରେ ଅଟକିଛି । ହେବନି ତ ବୁମେରିଙ୍ଗ । କିନ୍ତୁ ଏଠି ପ୍ରଶ୍ନ କି କାହିଁକି ବିଜେଡ଼ିକୁ ଏଭଳି ଯୋଜନାକୁ ନିଜର ଇସ୍ତାହାରରେ ସ୍ଥାନ ଦେବାକୁ ପଡୁଛି ? କ’ଣ ନିଜ ସରକାର ସମୟରେ ନେଇଥିବା ନିଷ୍ପତ୍ତିକୁ ଲୋକେ ଆଉ ଆପଣାଇ ପାରୁନାହାନ୍ତି କି ? ଯାହା ପାଇଁ ମାଗଣା ଯୋଜନାର ଥୋପ ଦେବାକୁ ପଡୁଛି କି ? ନା ରାଜ୍ୟବାସୀ ବିଜେଡି ଉପରୁ ଦିନକୁ ଦିନ ଭରଷା ହରାଇବାକୁ ଲାଗିଲେଣି ଯାହା ପାଇଁ ବିଜେଡିର ଏ ପ୍ଲାନ । ନା ରହିଛି ଏହା ପଛରେ ଆଉ କ’ଣ କାରଣ । ଏତେ ପରେ ବି ବିଜେଡି କେତେ ଷଷ୍ଠ ପାଳି ସରକାର ଗଢିବାରେ ହେଉଛି ସକ୍ଷମ, ଆଉ ଦିଲ୍ଲୀ ଫର୍ମାଟ ଦଳକୁ ଦେଉଛି କେତେ ବଳ ତାହା ଦେଖିବାକୁ ଅପେକ୍ଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ