Masthead

ନିର୍ବାଚନ ପାଇଁ ୩୩ ହଜାର ପୋଲିସ କର୍ମଚାରୀ ମୁତୟନ ହେବେ: ଡିଜିପି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ନେଇ ଡିଜିପିଙ୍କ ପ୍ରେସମିଟ । ଆଇନଶୃଙ୍ଖଳା ଉପରେ ତୀକ୍ଷଣ ଦୃଷ୍ଟି ରଖିବା ସହ ହିଂସା ଉପରେ ଜିରୋ ଟଲେରେନ୍ସ ନୀତି ଅବଲମ୍ବନ କରାଯାଇଥିବା ଡିଜି ସୂଚନା ଦେଇଛନ୍ତି । ମୋଟ୍ ୯୧୬୨ଟି ପୋଲିଂ ଷ୍ଟେସନ ହୋଇଛି । ୨୦% କ୍ରିଟିକାଲ ସ୍ଥାନ । ସେଥି ମଧ୍ୟରୁ ୫୫୬ଟି ସମ୍ବେଦନଶୀଳ ବୁଥରେ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି । ମୋଟ ୩୩ ହଜାର ପୋଲିସ ଫୋର୍ସ ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନରେ ନିୟୋଜିତ ହେବେ । ୧୧ ଜିଲ୍ଲାରେ ୬୫୫ ମୋବାଇଲ ପାଟ୍ରୋଲିଂ ପାର୍ଟି କାମ କରୁଛନ୍ତି ।

ଏହାଛଡା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ୨୫୭ଟି ଫ୍ଲାଇଁ ସ୍କ୍ୱାର୍ଡ ଓ ୨୫୧ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛି । ସେହିପରି ଜାନୁଆରି ପ୍ରଥମ ସପ୍ତାହରୁ ଆଜି ଯାଏଁ ୫୫ଟି ଆଂଟି ନକ୍ସଲ ଅପରେସନ ହୋଇଛି । ଅପରାଧୀଙ୍କ ବିରୋଧରେ ୩୪ ହଜାର ଗିରଫ ଦାରି ଜାରି ହେବା ସହ ୪ ହଜାର ପଳାତକଙ୍କ ବିରୋଧରେ ଲଟକା ଲାଗିଛି । ୭ ଜଣଙ୍କୁ ଏନଏସଏରେ ବୁକ କରାଯାଇଛି । ୨୩୬ ଜଣଙ୍କ ଠାରୁ ବେଆନ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ମୋଟ ୮୭ କୋଟି ଟଙ୍କାର ନିଶା ସାମଗ୍ରୀ ଜବତ ହୋଇଥିବା ଡିଜିପି ସୂଚନା ଦେଇଛନ୍ତି । ଏହାଛଡା ସୋସିଆଲ ମିଡିଆ ମନିଟରିଂ ସେଲ ଗଠନ କରାଯାଇ ଆପତିଜନକ ପୋଷ୍ଟ ହଟାଯାଉଥିବା ପୋଲିସ ଡିଜି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା