Masthead

୧୦କିଲୋ ରୂପା ଝାମ୍ପି ନେଲେ ଲୁଟେରା

ବାଲିଗୁଡ଼ା (ବଡ଼ ଖବର ବ୍ୟୁରୋ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପାଟଖଣ୍ଡା ସାହିରେ ଗୋଟିଏ ରୂପା ବ୍ୟବସାୟୀଙ୍କ ଠାରୁ କିଛି ଲୁଟେରା ରୂପା ଲୁଟ କରିଛନ୍ତି । ବ୍ୟବସାୟୀଙ୍କ କହିବା ଅନୁଯାୟୀ ଘରୁ ବାହାରି ବେପାର କରି ଯିବାବେଳେ ଦୁଇଟି ବାଇକରେ ଲୁଟେରାମାନେ ଆସି ଗାଡ଼ିରୁ ପଡ଼ିଗଲା ଭଳି ଅଭିନୟ କରିଥିଲେ ।

ପରେ ତାଙ୍କ ପାଖରୁ ରୂପା ବ୍ୟାଗ୍ ଝାମ୍ପି ନେଇଥିଲେ । ବ୍ୟାଗରେ ୧୦ କେଜିରୁ ଉର୍ଦ୍ଧ୍ବ ରୂପା ଥିବା କହିଛନ୍ତି ବ୍ୟବସାୟୀ । ବ୍ୟବସାୟୀଙ୍କ ଘର ବାଲିଗୁଡ଼ା ପାଟଖଣ୍ଡା ସାହିର ସନ୍ୟାସୀ ନାୟକ। ବାଲିଗୁଡା ଥାନାରେ ଅଭିଯୋଗ ପରେ ପୋଲିସ୍ ତନାଘନା କରିଥିବା ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି