Before Header

କୃଷ୍ଣବଳରାମ ପ୍ରେମରେ ବିଭୋର ମଥୁରାବାସୀ

0 652

ଅତାବିରା (ବଡ଼ ଖବର ବ୍ୟୁରୋ): ମଥୁରାନଗରୀରେ ପହଞ୍ଚିଥିଲେ ବେନିଭାଇ ଶ୍ରୀକୃଷ୍ଣ ଓ ବଳରାମ । ବେନି ଭାଇଙ୍କ ପ୍ରେମରେ ବିଭୋର ମଥୁରାବାସୀ । ଶ୍ରୀକୃଷ୍ଣ, ବଳରାମ ପରିଭ୍ରମଣ ସମୟେ ମଥୁରାନଗରୀ କରିଛନ୍ତି ଭବ୍ୟ ସ୍ୱାଗତ ଓ ପୂଜାର୍ଚ୍ଚନା । ବାଲ୍ୟଲୀଳାରେ ବିସ୍ମିତ ହୋଇଛନ୍ତି ସମଗ୍ର ମଥୁରାବାସୀ । ନଗର ପରିଭ୍ରମଣ ସମୟରେ କୃଷ୍ଣ, ବଳରାମଙ୍କ ସୁଦାମା ମାଳି ଓ ରଜକ କରିଥିଲେ ସାକ୍ଷାତ । ମାଆ କାଳୀ ମନ୍ଦିରରେ ଅଭିଶପ୍ତ କୁବୁଜାକୁ ଉଦ୍ଧାର କରିଥିଲେ ପ୍ରଭୁ ଶ୍ରୀକୃଷ୍ଣ ।

ସେପଟେ ମହରାଜା କଂସ ରାତିରେ ଶୋଇବା ବେଳେ ଦେଖିଛନ୍ତି ସ୍ୱପ୍ନ । ସ୍ୱପ୍ନରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟରୂପ ଦର୍ଶନ କରିବା ସହ କରିଛନ୍ତି ଯୁଦ୍ଧ । ଯୁଦ୍ଧରେ କଂସଙ୍କ ମୃତ୍ୟୁ ହେବା ଜାଣି ହୋଇଛନ୍ତି ଭୟଭୀତ । ଭୟରେ କଂସ ପାତ୍ରମନ୍ତ୍ରୀଙ୍କ ସହ କୃଷ୍ଣ, ବଳରାମଙ୍କୁ ହତ୍ୟା କରିବା ପାଇଁ କରିଛନ୍ତି ଷଡ଼ଯନ୍ତ୍ର । ଗୋପପୁର ଛାଡ଼ି ମଥୁରାନଗରୀରେ ପହଞ୍ଚିଲେ ଲୀଳାମୟ ପ୍ରଭୁ ଶ୍ରୀକୃଷ୍ଣ ଓ ବଳରାମ । କୃଷ୍ଣ, ବଳରାମଙ୍କ ଆଗମନକୁ ନେଇ ସମଗ୍ର ମଥୁରାନଗରୀ ହୋଇଛି ଉତ୍ସବ ମୁଖର ।

ବେନିଭାଇଙ୍କ ଦର୍ଶନ ପାଇଁ ସମସ୍ତଙ୍କ ମନ ଉଚ୍ଛନ୍ନ । ମଥୁରାନଗରୀ ପରିଭ୍ରମଣ ସମୟେ ବେନି ଭାଇଙ୍କୁ ଘରେ ଘରେ କରାଯାଇଥିଲା ଭବ୍ୟ ସ୍ୱାଗତ ଓ ପୂଜାର୍ଚ୍ଚନା । ନଗର ପରିଭ୍ରମଣ ସମୟରେ କୃଷ୍ଣ, ବଳରାମଙ୍କ ସହ ସୁଦାମା ମାଳି ଓ ରଜକଙ୍କ ହୋଇଛି ସାକ୍ଷାତ । ଘଣ୍ଟ, ଶଙ୍ଖ, ହରିବୋଲ, ହୁଲହୁଲି, ସଂପ୍ରଦା, ସଂଚାର, ଝାଂଜ ବାଦ୍ୟ ତାଳେ ତାଳେ ଦୁଲୁକିଥିଲା ସମଗ୍ର ମଥୁରାନଗରୀ ।

Leave A Reply

Your email address will not be published.