Masthead

ବିଜେଡି ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅମୀୟ ମହାପାତ୍ର

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଚାନ୍ଦବାଲିରେ ବିଜେଡି ବିଧାୟକ ପାର୍ଥି ବ୍ୟମକେଶ ରାଏ କଂଗ୍ରେସକୁ ଭୋଟ ବର୍ଜନର କଟାକ୍ଷକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ, ଚାନ୍ଦବାଲିରେ ବିଜେଡିକୁ ହାରିବାର ଭୟ ଘାରିଲାଣି କହିଲେ କଂଗ୍ରେସ ବିଧାୟକ ପାର୍ଥି ଅମିୟ ମହାପାତ୍ର । ଶେଷ ନିର୍ବାଚନ ତାରିଖକୁ ମାତ୍ର ୬ ଦିନ ବାକି ଥିବା ବେଳେ ଗାଁ ଗାଁରେ ନେତାମାନେ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି । ତାହାରି ଭିତରେ ଦଳ ଦଳ ଉପରେ ଆରୋପ ପ୍ରତ୍ୟରୋପ ଦେଖିବାକୁ ମିଳିଛି । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଚନ୍ଦବାଲି ନିର୍ବାଚନମଣ୍ଡଳିରେ ।

ଏକ ରାଜନୈତିକ ସଭାରେ ଚାନ୍ଦବାଲି ବିଜେଡି ବିଧାୟକ ପାର୍ଥୀ ବ୍ୟମୋକେଶ ରାଏ କଂଗ୍ରେସକୁ ଭୋଟ ନଦେବାକୁ ଅନୁରୋଧ କରିଥିଲେ । ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଚାନ୍ଦବାଲି କଂଗ୍ରେସ ବିଧାୟକ ପାର୍ଥୀ ଅମୀୟ ମହାପାତ୍ର । ସେ କହିଛନ୍ତି ବିଜେଡି କଂଗ୍ରେସର ଲୋକ ସମର୍ଥନ ଦେଖି ହାରିବାର ଭୟ ଘାରିଲାଣି । ସେଥିଲାଗି ଚାନ୍ଦବାଲି ବିଜେଡି ବିଧାୟକ ପାର୍ଥୀ ବ୍ୟମୋକେଶ ରାଏ ଔଷଧ ବିକଳରେ ତାଟିଆ କୁମୁଡୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ମୁଁ ଚାନ୍ଦବାଲି ମାଟିର ପୁଅ । ସେତ ପରଦେଶୀ । ଏଥର ଚାନ୍ଦବାଲିରେ କଂଗ୍ରେସର ବିଜୟ ହବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼