Masthead

ଦୁର୍ଘଟଣାରେ ଚାଲିଗଲା ଜୀବନ

ଲହୁଣୀପଡ଼ା, (ବଡ଼ ଖବର ବ୍ୟୁରୋ): ଶନିବାର ସକାଳୁ ଆସିଛି ଏକ ଦୁଃଖଦ ଖବର । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ମିଶ୍ରପାଲି ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବଲାଙ୍ଗ ଥାନା ଖରିଆବାହାଲ ଗାଁର କ୍ରିଷ୍ଣା ମାଝୀ । ଖରିଆବାହାଲ ବାଇକରେ ରାଉରକେଲା ଅଭିମୁଖେ ଯାଉଥିବା ବେଳେ ରାଜାମୁଣ୍ଡା ନିକଟରେ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ସ୍ଥାନୀୟଲୋକେ ଲହୁଣୀପଡା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଜବତ କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇଦେଇଛି ପୋଲିସ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଲାଗି ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋଦିଙ୍କ ବିଦେଶୀ ସାମଗ୍ରୀ ବର୍ଜନ ଅପିଲ 🔴 ‘ଇଟାର ଜବାବ ପଥରେ ଦେବୁ’ 🔴 ବେଆଇନ ବନ୍ଧୁକ ତିଆରି କାରଖାନା ଠାବ 🔴 ଆକ୍ସନ ମୋଡରେ ବିଧାୟକ ପବିତ୍ର ସାଉଁନ୍ତା 🔴 ଭାରତ ଆଗରେ ମୁଣ୍ଡ ନୁଆଁଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ 🔴 ୫ଦିନ ଯାଏ ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴  ଗିରଫ ହେଲେ ସିଆର୍ପିଏଫ କର୍ମଚାରୀ 🔴 ଭାରତରେ ଲଞ୍ଚ୍ ହେବ ସାଟେଲାଇଟ୍ ଇଣ୍ଟରନେଟ୍ 🔴 ରଥଯାତ୍ରାକୁ ଆସିବେ ମୋଦି! 🔴 ବଢ଼ୁଛି କୋଭିଡ୍, ୧ହଜାରରୁ ଉର୍ଦ୍ଧ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା 🔴 ମୋଦିଙ୍କ ବିଦେଶୀ ସାମଗ୍ରୀ ବର୍ଜନ ଅପିଲ 🔴 ‘ଇଟାର ଜବାବ ପଥରେ ଦେବୁ’ 🔴 ବେଆଇନ ବନ୍ଧୁକ ତିଆରି କାରଖାନା ଠାବ 🔴 ଆକ୍ସନ ମୋଡରେ ବିଧାୟକ ପବିତ୍ର ସାଉଁନ୍ତା 🔴 ଭାରତ ଆଗରେ ମୁଣ୍ଡ ନୁଆଁଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ 🔴 ୫ଦିନ ଯାଏ ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴  ଗିରଫ ହେଲେ ସିଆର୍ପିଏଫ କର୍ମଚାରୀ 🔴 ଭାରତରେ ଲଞ୍ଚ୍ ହେବ ସାଟେଲାଇଟ୍ ଇଣ୍ଟରନେଟ୍ 🔴 ରଥଯାତ୍ରାକୁ ଆସିବେ ମୋଦି! 🔴 ବଢ଼ୁଛି କୋଭିଡ୍, ୧ହଜାରରୁ ଉର୍ଦ୍ଧ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା