Masthead

ଟଙ୍କା ବଣ୍ଟାକୁ ନେଇ ଧର୍ମଶାଳାରେ ରାଜନୈତିକ ହିଂସା

ଧର୍ମଶାଳା (ବଡ଼ ଖବର ବ୍ୟୁରୋ): ଧର୍ମଶାଳାରେ ଏବେ ରାଜନୈତିକ ହିଂସା ବଢ଼ିବାରେ ଲାଗିଛି। ଏକାଧିକ ହିଂସା କାଣ୍ଡ ଘଟି ଅନେକ ଲୋକ ଆହତ ହେବା ସହିତ ଏନେକ ଗାଡି ଭଙ୍ଗା ରୂଜାର ଦୃଶ୍ୟ ସାମ୍ନାକୁ ଆସିଛି। ଗତକାଲି ସକାଳେ ନିର୍ବାଚନମଣ୍ଡଳିର ପାଖର ପଞ୍ଚାୟତରେ ପୋଷ୍ଟର ମରାକୁ କେନ୍ଦ୍ର କରି ରକ୍ତାକ୍ତ ଆକ୍ରମଣ ହେଇଥିବା ବେଳେ ଅପରାହ୍ନରେ ବିଧାୟକଙ୍କ ରାଲିରେ ସ୍କର୍ପିଓ ଗାଡ଼ି ଚଢ଼ାଇ ଏକାଧିକ ଲୋକଙ୍କୁ ଆହତ କରିଛନ୍ତି ପୂର୍ବତନ ସରପଞ୍ଚ ଦିଲୀପ ବେହେରା। ବିଜେଡି ସମର୍ଥକମାନଙ୍କ ସଙ୍ଘବଧ ଆକ୍ରମଣରେ ଦିଲୀପଙ୍କ କାର୍ଯ୍ୟାଳୟରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।

ସେହିପରି ସନ୍ଧ୍ୟାରେ ସାମ୍ପାରୁ ପଞ୍ଚାୟତର କାଦୁଆ ମାଗୁରା ଗ୍ରାମରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ୧୨ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟାଙ୍କ ସ୍ଵାମୀ ପ୍ରହଲ୍ଲାଦ ଲେଙ୍କା ସେହି ଗ୍ରାମକୁ ଯାଇଥିବା ବେଳେ ଟଙ୍କା ବାଣ୍ଟିବାକୁ ଆସିଥିବା ଅଭିଯୋଗ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକ ରଖିଥିଲେ ଗ୍ରାମର କିଛି ଲୋକ। ପରେ ସେଠାରେ ବଡ଼ଚଣା ଓ ଜେନାପୁର ପୋଲିସ ପହଞ୍ଚି ବୁଝାସୁଝା କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ପ୍ରହଲ୍ଲାଦ ସେଠାରୁ ଚାଲି ଯାଇଥିଲେ। ପୋଲିସ୍ ତାଙ୍କୁ ଖସେଇ ଦେବାର ଅଭିଯୋଗ କରି ଲୋକେ ପୋଲିସକୁ ଆକ୍ରମଣ କରିବାରୁ ଦୁଇ ପୋଲିସ କର୍ମଚାରୀ ଆହାତ ହୋଇଛନ୍ତି।

ତିନୋଟି ପୋଲିସ ଗାଡ଼ିକୁ ଭଙ୍ଗାରୁଜା କରିବା ସହିତ ସେଠାରେ ଉପସ୍ଥିତ ଏକାଧିକ ଗାଡ଼ିକୁ ଭାଙ୍ଗି ରୁଜି ଦେଇଛନ୍ତି ଲୋକେ। ପୋଲିସ କେବଳ ଦେଖଣାହାରି ସାଜିଥିଲା ବେଳେ ଲୋକେ ଆତଙ୍କ ରାଜ କରିଥିଲେ। ଏଭଳି ରାତି ଗୋଟାଏ ପର୍ଯ୍ୟନ୍ତ ଲାଗି ରହିବା ପରେ ପୋଲିସ ପକ୍ଷରୁ ୧୪୪ଧାରା ଲଗାଯାଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। କିଛି ଗଣ୍ଡଗୋଳକାରୀଙ୍କୁ ପୋଲିସ ଗିରଫ କରି ନିଜ ହେପାଜତକୁ ନେଇଛି। ତେବେ ସେଠାରେ ଜଣେ ଗୁରୁତର ଥିବା ନେଇ ସୂଚନା ମିଳିଛି। ଅପର ପକ୍ଷେ ପ୍ରହଲ୍ଲାଦଙ୍କ ଗାଡ଼ି ଚାଳକଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ନେଇ ଶୁଣିବାକୁ ମିଳୁଛି। ପ୍ରହଲ୍ଲାଦଙ୍କ ଘରେ ପୋଲିସ ରେଡ ହୋଇଥିବା ମଧ୍ୟ ସୂଚନା ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ