Masthead

ଶେଷ ପର୍ଯ୍ୟାୟ ନିର୍ବାଚନ, ଚାଲିଛି ଜୋରଦାର ପ୍ରଚାର

ବସ୍ତା (ବଡ଼ ଖବର ବ୍ୟୁରୋ): ଶେଷ ପର୍ଯ୍ୟାୟ ନିର୍ବାଚନ ତାରିଖ କ୍ରମଶଃ ପାଖେଇ ଆସୁଥିବାବେଳେ ବାଲେଶ୍ବର ଲୋକସଭା ବସ୍ତା ନିର୍ବାଚନମଣ୍ତଳିରେ ଜମୁଛି ନିର୍ବାଚନୀ ପ୍ରଚାର । ପ୍ରାର୍ଥୀମାନଙ୍କ ସହ ପ୍ରଚାର ମୈଦାନରେ ସାମିଲ ହୋଇଛନ୍ତି ସିନେ ତାରକା । ବସ୍ତା ନିର୍ବାଚନମଣ୍ତଳି ବିଜେଡିର ଗଡ ପାଲଟିଥିବାବେଳେ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରାର୍ଥୀ ସୁବାସିନୀ ଜେନାଙ୍କୁ ବିଜେଡି ବିଧାୟକ ପ୍ରାର୍ଥୀ କରିଛି ।

ଆଜି ବିଧାୟକ ପ୍ରାର୍ଥୀ ସୁବାସିନୀ ଜେନାଙ୍କ ପାଇଁ ପ୍ରଚାର କରିବା ସହ ଜନସାଧାରଣଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଅପିଲ କରିଛନ୍ତି ଓଲିଓଡ ହିରୋଇନ ରିୟା ଦେ ଏବଂ ହାସ୍ୟ ଅଭିନେତା ପ୍ରଜ୍ଞାନ । ଏହି ଅବସରରେ ଅନୁଷ୍ଠିତ ବିଶାଳ ବାଇକ ଶୋଭାଯାତ୍ରା ଏବଂ ରୋଡ୍ ଶୋ’ରେ ବିଧାୟିକା ପ୍ରାର୍ଥୀନୀ ସୁବାସିନୀ ଜେନା ଯୋଗଦେଇ ଜନସାଧାରଣଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।

ବରୁଣଗଡିଆ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଦୁଇ ହଜାରରୁ ଅଧିକ ବାଇକ ଶୋଭାଯାତ୍ରାରେ ବାହାରି ବସ୍ତା ବ୍ଲକର ୮ ରୁ ଅଧିକ ପଞ୍ଚାୟତରେ ରୋଡ ଶୋ’ ହୋଇ ସଦାନନ୍ଦପୁର ପଞ୍ଚାୟତରେ ଶେଷ ହୋଇଥିଲା । ରୋଡ ଶୋ’ ରେ ପ୍ରବଳ ଜନସମାଗମ ହେବା ସହ ବିଭିନ୍ନ ପଞ୍ଚାୟତରେ ମହିଳାମାନେ ସୁବାସିନୀ ଜେନାଙ୍କୁ ସ୍ବାଗତ କରିଥିଲେ । ଦୁଇଟି ଶଙ୍ଖ ଚିହ୍ନରେ ଭୋଟ ଦେଇ ସୁବାସିନୀ ଜେନା ଏବଂ ଲେଖାଶ୍ରୀ ସାମନ୍ତ ସିଂହାର ଙ୍କୁ ବିଜୟୀ କରିବା ସହ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଶ୍ରୀମତୀ ଜେନା ସମସ୍ତଙ୍କୁ ନିବେଦନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି