Masthead

ଶେଷ ପର୍ଯ୍ୟାୟ ନିର୍ବାଚନ, ଚାଲିଛି ଜୋରଦାର ପ୍ରଚାର

ବସ୍ତା (ବଡ଼ ଖବର ବ୍ୟୁରୋ): ଶେଷ ପର୍ଯ୍ୟାୟ ନିର୍ବାଚନ ତାରିଖ କ୍ରମଶଃ ପାଖେଇ ଆସୁଥିବାବେଳେ ବାଲେଶ୍ବର ଲୋକସଭା ବସ୍ତା ନିର୍ବାଚନମଣ୍ତଳିରେ ଜମୁଛି ନିର୍ବାଚନୀ ପ୍ରଚାର । ପ୍ରାର୍ଥୀମାନଙ୍କ ସହ ପ୍ରଚାର ମୈଦାନରେ ସାମିଲ ହୋଇଛନ୍ତି ସିନେ ତାରକା । ବସ୍ତା ନିର୍ବାଚନମଣ୍ତଳି ବିଜେଡିର ଗଡ ପାଲଟିଥିବାବେଳେ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରାର୍ଥୀ ସୁବାସିନୀ ଜେନାଙ୍କୁ ବିଜେଡି ବିଧାୟକ ପ୍ରାର୍ଥୀ କରିଛି ।

ଆଜି ବିଧାୟକ ପ୍ରାର୍ଥୀ ସୁବାସିନୀ ଜେନାଙ୍କ ପାଇଁ ପ୍ରଚାର କରିବା ସହ ଜନସାଧାରଣଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଅପିଲ କରିଛନ୍ତି ଓଲିଓଡ ହିରୋଇନ ରିୟା ଦେ ଏବଂ ହାସ୍ୟ ଅଭିନେତା ପ୍ରଜ୍ଞାନ । ଏହି ଅବସରରେ ଅନୁଷ୍ଠିତ ବିଶାଳ ବାଇକ ଶୋଭାଯାତ୍ରା ଏବଂ ରୋଡ୍ ଶୋ’ରେ ବିଧାୟିକା ପ୍ରାର୍ଥୀନୀ ସୁବାସିନୀ ଜେନା ଯୋଗଦେଇ ଜନସାଧାରଣଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।

ବରୁଣଗଡିଆ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଦୁଇ ହଜାରରୁ ଅଧିକ ବାଇକ ଶୋଭାଯାତ୍ରାରେ ବାହାରି ବସ୍ତା ବ୍ଲକର ୮ ରୁ ଅଧିକ ପଞ୍ଚାୟତରେ ରୋଡ ଶୋ’ ହୋଇ ସଦାନନ୍ଦପୁର ପଞ୍ଚାୟତରେ ଶେଷ ହୋଇଥିଲା । ରୋଡ ଶୋ’ ରେ ପ୍ରବଳ ଜନସମାଗମ ହେବା ସହ ବିଭିନ୍ନ ପଞ୍ଚାୟତରେ ମହିଳାମାନେ ସୁବାସିନୀ ଜେନାଙ୍କୁ ସ୍ବାଗତ କରିଥିଲେ । ଦୁଇଟି ଶଙ୍ଖ ଚିହ୍ନରେ ଭୋଟ ଦେଇ ସୁବାସିନୀ ଜେନା ଏବଂ ଲେଖାଶ୍ରୀ ସାମନ୍ତ ସିଂହାର ଙ୍କୁ ବିଜୟୀ କରିବା ସହ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଶ୍ରୀମତୀ ଜେନା ସମସ୍ତଙ୍କୁ ନିବେଦନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର