କାର୍ଡ ଅଛି, ରାସନ ମିଳୁନି

ଧର୍ମଶାଳା, (ବଡ଼ ଖବର ବ୍ୟୁରୋ): ଦିଗହରା ସରକାରୀ ଯୋଜନା । ରାସନକାର୍ଡ ଅଛି ହେଲେ ହିତାଧିକାରୀଙ୍କୁ ମିଳୁନି ସାମଗ୍ରୀ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଉତ୍ତରପ୍ରତାପ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଉତ୍ତରପ୍ରତାପ ଗ୍ରାମର ସ୍ୱର୍ଗତ ଭାଗ୍ୟଧର ଦାସଙ୍କ ସ୍ତ୍ରୀ ବସନ୍ତୀ । ତାଙ୍କର ରାସନକାର୍ଡ ଥିଲେ ମଧ୍ୟ ସରକାରୀବାବୁଙ୍କ ମନମାନି ଲାଗି ମିଳୁନି ସାମଗ୍ରୀ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବାସନ୍ତୀ ।

୩ ବର୍ଷ ପୂର୍ବେ ଭାଗ୍ୟଧର ଆରପରିକୁ ଚାଲିଯାଇଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ବାସନ୍ତୀ ସମ୍ପୂର୍ଣ୍ଣ ଭାଙ୍ଗିପହିଛନ୍ତି । ଅତି ଦୟନୀୟ ଅବସ୍ଥାରେ ସେ ପରିବାର ପ୍ରତିପୋଷଣ କରୁଛନ୍ତି । ତାଙ୍କ ନାମରେ ରାସନକାର୍ଡ ନମ୍ବର ୧୩୦୬୩୯୧୦୩୫୨ ରହିଛି । ଏହି କାର୍ଡରେ ୬ ଜଣଙ୍କ ନାମ ରହିଛି । ପୁଅ-ବୋହୂ ବାହାରେ ରହୁଛନ୍ତି । ବାସନ୍ତୀ ଝିଅ ସହ ଘରେ ରହୁଛନ୍ତି । ସମସ୍ୟାର ସମାଧାନ ପାଇଁ ସେ ପଞ୍ଚାୟତ ଓ ବ୍ଳକ କାର୍ୟ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡିଲେଣି । ତଥାପି ଦୁଃଖ କେହି ବୁଝୁନଥିବା କହିଛନ୍ତି ବାସନ୍ତୀ । ଏଦିଗରେ ଯାଜପୁର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ବାସନ୍ତୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ