Masthead

ଆଜମ ଖାନଙ୍କୁ ୧୦ ବର୍ଷ ଜେଲଦଣ୍ଡ: ପୁଣି ଝଟକା ଦେଲେ କୋର୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାମପୁରର ଡଙ୍ଗରପୁର ବସ୍ତି ମାମଲା ଏବଂ ଅନ୍ୟ ଏକ ମାମଲାରେ କୋର୍ଟ ପୁଣିଥରେ ଏସପି ନେତା ଆଜମ ଖାନଙ୍କୁ ଝଟକା ଦେଇଛନ୍ତି । ବୁଧବାର ଶୁଣାଣି ସମୟରେ କୋର୍ଟ ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। । ଏହା ବ୍ୟତୀତ ତାଙ୍କ ଉପରେ ଜରିମାନା ମଧ୍ୟ ଲଗାଯାଇଛି। ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ଗୁରୁବାର ଡଙ୍ଗରପୁର ମାମଲାରେ ଆଜମ୍‌ଙ୍କୁ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ବ୍ୟତୀତ କୋର୍ଟ ୧୪ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରିଛନ୍ତି। ଗତକାଲି ଆଜମ୍‌ଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଡୁଙ୍ଗରପୁରର ଆଉ ଏକ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମଙ୍କୁ କୋର୍ଟ ଝଟକା ଦେଇଛନ୍ତି ।

କୋର୍ଟ ଆଜମଙ୍କୁ ୧୦ ବର୍ଷର ଜେଲଦଣ୍ଡ ଶୁଣାଣି କରିବା ସହ ୧୪ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଛନ୍ତି । ଶୁଣାଣି ଅବସରରେ ସପା ନେତା ସୀତାପୁର ଜେଲରୁ ଭିଡିଓ କନଫରେନ୍ସିଂ ଜରିଆରେ ଏଥିରେ ସାମିଲ ହୋଇଥିଲେ । ୨୦୧୯ରେ ଡୁଙ୍ଗରପୁର ବସ୍ତିରେ ରହୁଥିବା ଲୋକଙ୍କୁ ଘର ଖାଲି କରିବା ନାମରେ ଲୁଟପାଟ, ଚୋରି, ମାରପିଟ ସମେତ ଅନ୍ୟ ଧାରାରେ ଗଞ୍ଜ ଥାନାରେ ଆଜମଙ୍କ ବିରୋଧରେ ୧୨ଟି ମକଦ୍ଦମା ଦାୟର ହୋଇଥିଲା । ସେଥିମଧ୍ୟରୁ ୩ଟି ମକଦ୍ଦମାର ନିଷ୍ପତ୍ତି ଶୁଣାଣି ସରିଥିବା ବେଳେ ୨ଟିରେ ଆଜମ ମୁକ୍ତ ହୋଇଛନ୍ତି । ଗୋଟିଏ ମାମଲାରେ ତାଙ୍କୁ ୭ ବର୍ଷର ଜେଲଦଣ୍ଡାଦେଶ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ