ଅଂଶୁଘାତରେ ବଲାଙ୍ଗୀରର ତିନି ଜଣଙ୍କ ମୃତ୍ୟୁ!

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ): ଗତ ତିନି ଦିନ ହେବ ବଲାଙ୍ଗିର ଜିଲ୍ଲାରେ କଲବଲ କରୁଛି ତାତି । ସକାଳୁ ଅସହ୍ୟ ଖରା ସାଙ୍ଗକୁ ଗରମ ଝାଞ୍ଜି ପବନ ଯୋଗୁଁ ସହରରେ ଅଘୋଷିତ କର୍ଫ୍ୟୁ ଭଳି ସ୍ଥିତି କ୍ଷା କେବଳ ଦିନବେଳା ନୁହଁ, ରାତିରେ ମଧ୍ୟ ଗରମରୁ ତ୍ରାହି ମିଳୁନି । ଏଭଳି ସ୍ଥିତି ଆହୁରି ତିନି ଚାରି ଦିନ ରହିବାର ପୂର୍ବାନୁମାନ ଲୋକଙ୍କ ଚିନ୍ତା ବଢ଼ାଇଛି । ହେଲେ ଖରା ତାତି ସମସ୍ୟାରୁ ଅଘୋଷିତ ବିଦ୍ୟୁତ୍ କାଟ ଓ ପାଣି ସମସ୍ୟା ଲୋକଙ୍କ ଚିନ୍ତା ଦ୍ଵିଗୁଣିତ କରିଛି । ସେପଟେ ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କତା ଜାରି କରିଛି । ଜିଲ୍ଲା ଜରୁରୀକାଳିନ ଅଧିକାରୀ ସସ୍ମିତା ପ୍ରଧାନଙ୍କ କହିବା ଅନୁସାରେ ଗତ ତିନି ଦିନ ହେବ ଏଠାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାରଦ ବିଭିନ୍ନ ସ୍ଥାନରେ ୪୫ ଡିଗ୍ରୀ ରହିଛି ।

ଏପରିକି ଆଗକୁ ପାରଦ ବଢ଼ିବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ସମସ୍ତେ ସାବଧାନତା ଅବଲମ୍ବନ କରିବା ସହ ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇ ଥିବା ସେ କହିଛନ୍ତି । ସେପଟେ ବଲାଙ୍ଗିର ସଦରଥାନା ରାଣୀପାଲି ଗାଁର ରାମଚନ୍ଦ୍ର ଗଡତିଆ, ବଲାଙ୍ଗିର ବେହେରାପାଲି ଗାଁର ଅଶୋକ ନାୟକ ଓ ସିକାଛିଡାର ଜିତେନ୍ଦ୍ର ପ୍ରସାଦଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁସାରେ ରାଣୀପାଲିର ରାମଚନ୍ଦ୍ର ଗଡତିଆ ଗାଧୋଇବାକୁ ଯାଇଥିବା ବେଳେ ଟାଣ ଖରାରେ ଅସୁସ୍ଥ ହୋଇ ଅଚେତ୍ ହୋଇଥିଲେ।ତାଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ତାଙ୍କ ପୁଅ ଆନନ୍ଦ ଗଡତିଆ।

ସେହିପରି ବେହେରାପାଲିର ଅଶୋକ ନାୟକ କାମ କରି ଘରକୁ ଫେରୁଥିବା ବେଳେ ଗାଁ ପାଖ ଏକ ପଡିଆ ନିକଟରେ ଟଳି ପଡ଼ିଥିଲେ। ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ତାଙ୍କର ମଧ୍ୟ ଅଂଶୁଘାତରେ ମୃତ୍ୟୁ ହୋଇଥିବା ତାଙ୍କ ସ୍ତ୍ରୀ ସବିତା ନାୟକ ଅଭିଯୋଗ ଆଣିଛନ୍ତି। ସେମାନେ ଗରିବ ହୋଇଥିବାରୁ ତାଙ୍କୁ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି। ଏଥିସହ ବଲାଙ୍ଗିର ସଦର ଥାନା ସିକାଛିଡା ଗାଁରେ ଥିବା ଦେଶୀ ମଦ ଭାଟି ମ୍ୟାନେଜର ଜିତେନ୍ଦ୍ର ତିୱାରୀ ଭାଟିରେ ଥିବା ବେଳେ ଅଚେତ୍ ହୋଇ ଯାଇଥିଲେ।

ତାଙ୍କ ସହ କର୍ମୀ ତାଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ୍ ଆଣିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ମୃତ ଜିତେନ୍ଦ୍ର ତିୱାରୀ ୟୁପି ରାଜ୍ୟ ଔରଙ୍ଗାବାଦର ହୋଇଥିବା ବେଳେ ଆଜି ତାଙ୍କର ଶବ ବ୍ୟବଚ୍ଛେଦ ପରେ ଶବ ସେଠାକୁ ନେବାକୁ ସମ୍ପର୍କୀୟ ମାନେ ମହଜୁଦ ଅଛନ୍ତି। ହେଲେ ଅଂଶୁଘାତ ଯୋଗୁଁ ହିଁ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ତାଙ୍କ ସହକର୍ମୀ ବିନା ତିୱାରୀ । ସେପଟେ ଅଂଶୁଘାତ ଅଭିଯୋଗକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣା ପଡ଼ିବ । ଅଂଶୁଘାତ ମୃତ୍ୟୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!