Masthead

ଏମିତି ବି ଭୋଟ ଦେବା ନିଶା…

ହିମାଚଳ ପ୍ରଦେଶ (ବଡ଼ ଖବର ବ୍ୟୁରୋ): ଦେଶରେ ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ମତଦାନ ଚାଲିଛି। ୭ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ ଆସନରେ ଚାଲିଛି ଭୋଟିଂ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଏହାରି ଭିତରେ ହିମାଚଳ ପ୍ରଦେଶରେ ଲୋକ ସଭା ନିର୍ବାଚନ ପାଇଁ ମତଦାନ ଜୋର୍‌ସୋରରେ ଚାଲିଛି। ମଣ୍ଡି, ଶିମ୍‌ଲା, ହମିରପୁର ଏବଂ କାଙ୍ଗରା ଲୋକ ସଭା ଆସନରୁ ଭୋଟ୍‌ ଦେବାର ଫଟୋ ଏବଂ ଭିଡିଓ ଲଗାତର ସାମ୍ନାକୁ ଆସୁଛି। ତେବେ ଗଣତନ୍ତ୍ରର ଏହି ମହାନ ପର୍ବର ସବୁଠାରୁ ଏକ ହୃଦୟସ୍ପର୍ଶୀ ଦୃଶ୍ୟ ହିମାଚଳ ପ୍ରଦେଶର ବିଳାସପୁର ଜିଲାରୁ ଆସିଛି।

ଯେଉଁଠାରେ ଜଣେ ୭୨ ବର୍ଷୀୟା ବୃଦ୍ଧା ଭୋଟ୍‌ ଦେଇଛନ୍ତି। ସେ ଭୋଟ୍‌ ଦେବା ଏବେ ଚର୍ଚ୍ଚାରେ ରହିଛି। କାରଣ ତାଙ୍କୁ ଅସୁସ୍ଥ ଅବସ୍ଥାରେ ଭୋଟ୍‌ ଦେବାକୁ ଅଣାଯାଇଥିଲା। ବୃଦ୍ଧାଙ୍କ ପାଟିରେ ଏକ ଅମ୍ଳଜାନ ମାସ୍କ ସହ ଏକ ଅମ୍ଳଜାନ ସିଲିଣ୍ଡର ମଧ୍ୟ ଲଗାଇଯାଇଛି । ଅସୁସ୍ଥ ଥିବା ସତ୍ତ୍ୱେ ବିମ୍‌ଲା ଶର୍ମା ହିମାଚଳ ପ୍ରଦେଶର ହମିରପୁର ସଂସଦୀୟ ନିର୍ବାଚନମଣ୍ଡଳୀ ବିଳାସପୁର ଜିଲାର ଚୁଆଡି ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ସେ ଆସି ଅମ୍ଳଜାନ ସିଲିଣ୍ଡର ସହିତ ଭୋଟ୍‌ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା