Masthead

ନିର୍ବାଚନ ରାଜନୀତି ଆଲୋଚନାରେ ସମୟ ନଷ୍ଟ କରନ୍ତୁ ନାହିଁ: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶନିବାର ଏକଜିଟ୍ ପୋଲ୍ ପ୍ରକାଶ ପାଇବା ପରେ ରାଜନୈତିକ ବିଶେଷଜ୍ଞ ପ୍ରଶାନ୍ତ କିଶୋର ନକଲି ସାମ୍ବାଦିକ ତଥା ବଡ ରାଜନେତାଙ୍କୁ କଟାକ୍ଷ କରିଛନ୍ତି। ଅଦରକାରୀ ଆଲୋଚନାରେ ସମୟ ନଷ୍ଟ ନକରିବାକୁ ସେ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। ଶନିବାର ପ୍ରକାଶ ପାଇଥିବା ଏକଜିଟ୍ ପୋଲ୍ ପୂର୍ବାନୁମାନ କରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ। ବହୁ ସଂଖ୍ୟାରେ ଆସନ ଏହି ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ଜିତିବ ବୋଲି ଆଶା କରାଯାଉଛି।

ଯାହାକୁ ନେଇ ପ୍ରଶାନ୍ତ କିଶୋର ପୂର୍ବାନୁମାନ କରିଥିଲେ, ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ୩୦୩ଟି ଆସନ ଜିତିପାରେ। ୨୦୧୯ ଲୋକ ସଭା ନିର୍ବାଚନରେ ମଧ୍ୟ ଦଳ ସମାନ ସଂଖ୍ୟକ ଆସନ ଜିତିଥିଲା। ଏକଜିଟ ପୋଲ ୨୦୨୪ ଫଳାଫଳ ପ୍ରକାଶ ହେବାର କିଛି ଘଣ୍ଟା ପୂର୍ବରୁ ପ୍ରଶାନ୍ତ କିଶୋର ଦି ପ୍ରିଣ୍ଟକୁ ଦେଇଥିବା ଏକ ସାକ୍ଷାତକାରରେ ଲୋକ ସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏର ଭଲ ପ୍ରଦର୍ଶନ ଉପରେ ନିଜର ଭବିଷ୍ୟବାଣୀକୁ ଦୋହରାଇଥିଲେ।

ପ୍ରଶାନ୍ତ କିଶୋର କହିଛନ୍ତି ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ ଏବଂ ତାମିଲନାଡୁରେ ନିଜର ଉପସ୍ଥିତି ବୃଦ୍ଧି ପାଇଁ ବିଜେପି ଉଦ୍ୟମ କରିଛି। ଅନେକ ଏକଜିଟ୍ ପୋଲ୍ ଦାବି କରିଛି ତାମିଲନାଡୁ ଏବଂ କେରଳରେ ବିଜେପି ନିଜର ଆକାଉଣ୍ଟ ଖୋଲିବ ଏବଂ କର୍ଣ୍ଣାଟକରେ ଏକପାଖିଆ ବିଜୟ ହାସଲ କରିବ। ପ୍ରଶାତନ୍ତ ଆହୁରି ମଧ୍ୟ କହିଛନ୍ତି ବିହାର, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ହରିୟାଣାରେ ବିଜେପି କିଛି କ୍ଷତି ସହିପାରେ। ତେବେ ଉତ୍ତରପ୍ରଦେଶରେ ବିଜେପିର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆଶା କରାଯାଉନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ