Masthead

ନିରବ ପ୍ରଶାସନ

ନୂଆଗାଁ, ( ବଡ଼ ଖବର ବ୍ୟୁରୋ): ଗାଁ ଗାଁରେ ଦେଶୀ ମଦର ବନ୍ୟା । ଭୁଶୁଡ଼ି ପଡ଼ିଲାଣି ଆଇନ ଶୃଙ୍ଖଳା । ସବୁ ଜାଣି ମଧ୍ୟ ପୋଲିସ ଓ ଅବକାରୀ ବିଭାଗ ନିରବ। ସବୁ ଦେଖୀ ନଦେଖିଲା ପରି ଚୁପ। ଯାହା ଫଳରେ ଗାଁ ଗଣ୍ଡାରେ ଘରେ ଘରେ ଦେଶୀ ମଦ ପ୍ରସ୍ତୁତ ହୋଇ ବାହାରକୁ ହେଉଛି ଚାଲାଣ । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ଦେଶୀମଦ ଆଣିବା ପାଇଁ ଦିନ ଦ୍ୱିପ୍ରହରରେ ଆଦିବାସୀ ଅଞ୍ଚଳକୁ ଲୋକଙ୍କ ସୁଅ ଛୁଟୁଛି । ରାତି ଅଧରେ ବାହାରକୁ ଚାଲାଣ ହେଉଛି ଶହ ଶହ ଲିଟର ଦେଶୀମଦ । ଏ ସବୁ ଖବର ପୋଲିସ ଓ ଅବକାରୀ ବିଭାଗ ପାଖରେ ଥିଲେ ମଧ୍ୟ ମାସିକିଆ ମୋଟା ଅଙ୍କର ଚାନ୍ଦା ତଦନ୍ତର ଦିଗ ବଦଳାଇ ଦେଉଛି। କିଛି ହାତଗଣତି ଗଣମାଧ୍ୟମ ପ୍ରତିନିଧିଙ୍କୁ ଢ଼ାଲ କରି ବେପାର ଚାଲୁଛି । ହାତଗୁଞ୍ଜା ପାଇବା ପରେ ଖବରକୁ ମଧ୍ୟ ଚପାଇ ଦିଆଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ଶୁକ୍ରବାର ରାତି ଅଧରେ ଅଟୋ ଯୋଗେ ୨୦୦ ଲିଟର ଦେଶୀ ମଦ ବାହାରକୁ ଚାଲାଣ ହେଉଥିବା ବେଳେ ଧରା ପଡିଛି । ବାହାଡ଼ାଝୋଲା ବନପାଳ ସରିତା ବରାଳ ଅଭିଯୁକ୍ତଙ୍କୁ ଧରିଛନ୍ତି। ରାତିରେ ପାଟ୍ରୋଲିଂ କରୁଥିବା ସମୟରେ କାପ୍ତାପଲି ପଞ୍ଚାୟତ ବାମୁରୀ ଗ୍ରାମରୁ ହଳଦିଆ ରଙ୍ଗର ଅଟୋ ଆସୁଥିବା ବେଳେ ସନ୍ଦେହରେ ଅଟକାଇ ତନଖି କରିବାରେ ସେଥିରେ ଦେଶୀ ମହୁଲି ଲୋଡ଼ ଥିବା ଜଣାପଡିଥିଲା । ଅଟୋ ସହ ୨୦୦ ଲିଟର ଦେଶୀମଦ ଜବତ କରିବା ସହ ୩ଜଣଙ୍କୁ ଗିରଫ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା