Masthead

କିଏ ଗଢିବ ସରକାର, କିଏ ହେବେ ବିରୋଧୀ?, ଆଜି ଆସିବ ନିର୍ବାଚନ ଫଳାଫଳ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଆସିବ ରେଜଲ୍ଟ । ଓଡ଼ିଶାରେ ଭୋଟ ଦେଇଛନ୍ତି ପ୍ରାୟ ୨.୫ କୋଟି ମତଦାତା । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ ଭୋଟ ଗଣତି । ଆଶା ଆଶଙ୍କାରେ ନେତା,ପଡିବ ଆଜି ପ୍ରତୀକ୍ଷାର ପୂର୍ଣ୍ଣଛେଦ । ନିଷ୍ପତ୍ତି ସରିଛି, ଆଜି ଫଳାଫଳାର ଦିନ ।ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହେବ । ଏହାପରେ ପରେ ଇଭିଏମ୍ ଗଣତି ଆରମ୍ଭ ହେବ, ଆଉ ଟ୍ରେଣ୍ଡ ସାମ୍ନାକୁ ଆସିବ । ୭୦ଟି କେନ୍ଦ୍ରରେ ହେବ ଭୋଟ ଗଣତି । ୧ଟି କେନ୍ଦ୍ରରେ ପୋଷ୍ଟାଲ ବାଲାଟ ଗଣତି ହେବ । ୬୯ଟି କେନ୍ଦ୍ରରେ ଇଭିଏମ ଗଣତି ହେବ । ପୋଷ୍ଟାଲ ବାଲାଟର ଅଧଘଣ୍ଟା ପରେ ଇଭିଏମ୍ ଗଣତି ହେବ । ଏଥିପାଇଁ ୧୨୪ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ଇସିଆଇ । ୨୦୧୯ରେ ୭୩.୦୯%, ୨୦୨୪ରେ ୭୪.୪୪% ମତଦାନ ହୋଇଥିଲା । ପୁରୁଷଙ୍କ ତୁଳନାରେ ମହିଳା ଭୋଟ ଅଧିକ ।୭୩.୩୭% ପୁରୁଷ ଓ ୭୫.୫୫% ମହିଳା ଭୋଟର ।

ସେହିପରି ୧ଲକ୍ଷ ୪୬ ହଜାର ପୋଷ୍ଟାଲ ବାଲାଟ ଗଣାଯିବ । ୩ହଜାର ୫୮୯ ଇଭିଏମ କାଉଣ୍ଟିଂ ଟେବୁଲ ପ୍ରସ୍ତୁତ କରାଯାଇଛି । ପ୍ରତି ଟେବୁଲରେ ୫୦୦ ବାଲାଟ ଗଣତ ହେବ । ତେବେ ଗଣତି କେନ୍ଦ୍ରକୁ ମୋବାଇଲ ମନା । ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏ କାଉଣ୍ଟିଂ ସୁପରଭାଇଜର, ଜଣେ ଆସିଷ୍ଟାଣ୍ଟ କାଉଣ୍ଟିଂ ସୁପରଭାଇଜର, ଜଣେ ମାଇକ୍ରୋ ଅବ୍‌ଜରଭର ରହିବେ। ସେମାନଙ୍କୁ ସମସ୍ତଙ୍କୁ ପର୍ଯ୍ୟାପ୍ତ ତାଲିମ ଦିଆଯାଇଛି। ୬୦ଟି ହଲ୍‌ରେ ଉଭୟ ଲୋକ ସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀର ଅଲଗା ଅଲଗା ଟେବୁଲରେ ଗଣନା ହେବ। ମାତ୍ର ୮୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଉଭୟ ବିଧାନସଭା ଓ ଲୋକ ସଭା ପାଇଁ ଅଲଗା ଅଲଗା କାଉଣ୍ଟିଂ ସେଣ୍ଟର କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା