Masthead

ମହିଳା କ୍ରିକେଟ ମହାକୁମ୍ଭ ପାଇଁ ଚାଲିଛି ଅକ୍ସନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆରମ୍ଭ ହେବାକୁ ଯାଉଛି ମହିଳା କ୍ରିକେଟ ମହାକୁମ୍ଭ । ଆଇପିଏଲ ଢାଞ୍ଚାରେ ଖେଳାଯିବ ମହିଳା ପ୍ରିମିୟର ଲିଗ ବା ଡବ୍ଲୁପିଏଲ । ତେବେ ଡବ୍ଲୁପିଏଲର ପ୍ରଥମ ସିଜିନ ପାଇଁ ଆଜି ଆରମ୍ଭ ହୋଇଛି ନିଲାମ ପ୍ରକ୍ରିୟା । ମୁମ୍ବାଇର ଏକ ଷ୍ଟାର ହୋଟେଲରେ ଚାଲିିଛି ଏହି ନିଲାମି । ଏ ପଯ୍ୟର୍ନ୍ତ ହୋଇଥିବା ନିଲାମିରେ ଭାରତର ଦୁଇ ଷ୍ଟାର ଖେଳାଳିଙ୍କର ନିଲାମି ସରିଛି । ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ହରମନପ୍ରୀତ କୌରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିବା ବେଳେ ଷ୍ଟାର ଓପନର ସ୍ମୃତି ମାନ୍ଧନାଙ୍କୁ କିଣିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ସ୍ମୃତିଙ୍କୁ ବାଙ୍ଗାଲୋର ୩.୪୦ କୋଟିରେ କିଣିଥିବା ବେଳେ ୧.୮୦ କୋଟିରେ ମୁମ୍ବାଇ ପାଇଁ ବିକ୍ରି ହୋଇଛନ୍ତି ହରମନ ।

ତେବେ ଉଭୟଙ୍କ ପ୍ରାରମ୍ଭିକ ମୂଲ୍ୟ ୫୦ ଲକ୍ଷ ଥିଲା ବେଳେ ସମସ୍ତ ଫ୍ରାନଚଇଜ ଉଭୟଙ୍କୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ହେଲେ ଶେଷରେ ଏହି ଦୁଇ ଟିମ ବାଜି ମାରିଛନ୍ତି । ସୂଚନା ଥାଉ କି ଡବ୍ଲୁପିଏଲ ପାଇଁ ମୋଟ ୪୦୯ ଖେଳାଙ୍କ ନିଲାମି କରାଯିବ । ଯେଉଁଥିରେ ୨୦୦ ଭାରତୀୟ ଖେଳାଳି ରହିଛନ୍ତି । ତେବେ ଏହି ଲିଗରେ ଭାରତ ସାଙ୍ଗକୁ ଅଷ୍ଟ୍ରେଲିଆ, ଇଂଲଣ୍ଡ,ୱେଷ୍ଟେଣ୍ଡିଜ ଭଳି ଦେଶର ଖେଳାଳି ସାମିଲ ହୋଇଛନ୍ତି । ତେବେ ନିଲାମିରେ ମୋଟ ୪୦୯ ଖେଳାଳିଙ୍କ ମଧ୍ୟରୁ ୯୦ ଜଣ ଖେଳାଳିଙ୍କର ବିକ୍ରି ହେବ । ସେହିଭଳି ପ୍ରତ୍ୟେକ ଟିମ ୧୨ କୋଟିରୁ ଆଧିକ ଟଙ୍କା ଖର୍ଚ୍ଚ କରିପାରିବେ ନାହିଁ । ଡବ୍ଲୁପିଏଲରେ ଭାଗ ନେଇଥିବା ଫ୍ରାନଚାଇଜ ଗୁଡିକ ହେଲା ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲର, ଗୁଜୁରାଟ ଜଣ୍ଟସ୍, ୟୁପି ୱାରିଅର, ଦିଲ୍ଲୀ କ୍ୟାପିଟାଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ