Masthead

୧୦ ବର୍ଷ ପରେ… କଂଗ୍ରେସ ଏହି ରାଜ୍ୟରେ ଖୋଲିଲା ଖାତା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସମସ୍ତଙ୍କୁ ଚକିତ କରିଛି ଫଳାଫଳ । ଏବେ ଆଗକୁ କ’ଣ ହେବ ରଣନୀତି ତାକୁ ନେଇ ଚର୍ଚ୍ଚା । ତେବେ ଦୀର୍ଘ ୧୦ ବର୍ଷ ପରେ ରାଜସ୍ଥାନ ଓ ଗୁଜରାଟରେ ଖାତା ଖୋଲିଛି କଂଗ୍ରେସ। ବିଜେପି ଲଗାତାର ତୃତୀୟ ଥର ପାଇଁ ଗୁଜରାଟର ସମସ୍ତ ୨୬ ଆସନରେ ଜିତି ହାଟ୍ରିକ୍‌ କରିବ ବୋଲି ଲକ୍ଷ୍ୟ ରଖିଥିଲା। କିନ୍ତୁ କଂଗ୍ରେସ ବିଜେପିର ଏହି ଲକ୍ଷ୍ୟକୁ ଧୂଳିସାତ୍‌ କରିଦେଇଛି। କଂଗ୍ରେସର ଗେନିବେନ ଠାକୋର ଗୁଜରାଟର ବନାସକାଣ୍ଠା‌ରେ ଜିତିଛନ୍ତି। ବିଜେପିର ରେଖା ଚୌଧାରୀଙ୍କୁ ସେ ହରାଇଛନ୍ତି।

କଂଗ୍ରେସ ମାତ୍ର ଗୋଟିଏ ଆସନରେ ଜିତି ଗୁଜରାଟରେ ଖାତା ଖୋଲିପାରିଛି। ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଗୁଜରାଟରେ କୌଣସି ଗୋଟିଏ ଆସନରେ ଜିତି ପାରିନଥିଲା। ୨୦୦୯ରେ କଂଗ୍ରେସ ଗୁଜରାଟରେ ୧୧ ଆସନରେ ଜିତିଥିବା ବେଳେ ବିଜେପି ୧୪ ଆସନରେ ଜିତିଥିଲା। ଚଳିତ ଥର ବିଜେପି ୨୫ ଆସନରେ ଜିତିଛି। ଅନ୍ୟପକ୍ଷେ ରାଜସ୍ଥାନରେ ମଧ୍ୟ କଂଗ୍ରେସ ଦଶନ୍ଧି ପରେ ଖାତା ଖୋଲିବାରେ ସକ୍ଷମ ହୋଇଛି। ୨୦୧୪ ଏବଂ ୨୦୧୯ରେ କଂଗ୍ରେସ ରାଜସ୍ଥାନରେ କୌଣସି ଗୋଟିଏ ହେଲେ ଆସନରେ ଜିତିନଥିଲା। କିନ୍ତୁ ଚଳିତ ଥର କଂଗ୍ରେସ ରାଜସ୍ଥାନରେ ୮ଟି ଆସନରେ ଜିତିଛି। ସେହିପରି ବିଜେପି ଖାତାକୁ ୧୪ଟି ଆସନ ଅସିଥିବା ବେଳେ ଅନ୍ୟାନ ୩ଟିରେ ବିଜୟୀ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍