Masthead

୧୦ ବର୍ଷ ପରେ… କଂଗ୍ରେସ ଏହି ରାଜ୍ୟରେ ଖୋଲିଲା ଖାତା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସମସ୍ତଙ୍କୁ ଚକିତ କରିଛି ଫଳାଫଳ । ଏବେ ଆଗକୁ କ’ଣ ହେବ ରଣନୀତି ତାକୁ ନେଇ ଚର୍ଚ୍ଚା । ତେବେ ଦୀର୍ଘ ୧୦ ବର୍ଷ ପରେ ରାଜସ୍ଥାନ ଓ ଗୁଜରାଟରେ ଖାତା ଖୋଲିଛି କଂଗ୍ରେସ। ବିଜେପି ଲଗାତାର ତୃତୀୟ ଥର ପାଇଁ ଗୁଜରାଟର ସମସ୍ତ ୨୬ ଆସନରେ ଜିତି ହାଟ୍ରିକ୍‌ କରିବ ବୋଲି ଲକ୍ଷ୍ୟ ରଖିଥିଲା। କିନ୍ତୁ କଂଗ୍ରେସ ବିଜେପିର ଏହି ଲକ୍ଷ୍ୟକୁ ଧୂଳିସାତ୍‌ କରିଦେଇଛି। କଂଗ୍ରେସର ଗେନିବେନ ଠାକୋର ଗୁଜରାଟର ବନାସକାଣ୍ଠା‌ରେ ଜିତିଛନ୍ତି। ବିଜେପିର ରେଖା ଚୌଧାରୀଙ୍କୁ ସେ ହରାଇଛନ୍ତି।

କଂଗ୍ରେସ ମାତ୍ର ଗୋଟିଏ ଆସନରେ ଜିତି ଗୁଜରାଟରେ ଖାତା ଖୋଲିପାରିଛି। ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଗୁଜରାଟରେ କୌଣସି ଗୋଟିଏ ଆସନରେ ଜିତି ପାରିନଥିଲା। ୨୦୦୯ରେ କଂଗ୍ରେସ ଗୁଜରାଟରେ ୧୧ ଆସନରେ ଜିତିଥିବା ବେଳେ ବିଜେପି ୧୪ ଆସନରେ ଜିତିଥିଲା। ଚଳିତ ଥର ବିଜେପି ୨୫ ଆସନରେ ଜିତିଛି। ଅନ୍ୟପକ୍ଷେ ରାଜସ୍ଥାନରେ ମଧ୍ୟ କଂଗ୍ରେସ ଦଶନ୍ଧି ପରେ ଖାତା ଖୋଲିବାରେ ସକ୍ଷମ ହୋଇଛି। ୨୦୧୪ ଏବଂ ୨୦୧୯ରେ କଂଗ୍ରେସ ରାଜସ୍ଥାନରେ କୌଣସି ଗୋଟିଏ ହେଲେ ଆସନରେ ଜିତିନଥିଲା। କିନ୍ତୁ ଚଳିତ ଥର କଂଗ୍ରେସ ରାଜସ୍ଥାନରେ ୮ଟି ଆସନରେ ଜିତିଛି। ସେହିପରି ବିଜେପି ଖାତାକୁ ୧୪ଟି ଆସନ ଅସିଥିବା ବେଳେ ଅନ୍ୟାନ ୩ଟିରେ ବିଜୟୀ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି