Masthead

BSKY ଚାଲୁ ରହିଛି: ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ସ୍ବାସ୍ଥ୍ୟ ବିଭାଗର ସ୍ପଷ୍ଟୀକରଣ  । BSKY ଚାଲୁ ରହିଛି କହିଲା ସ୍ବାସ୍ଥ୍ୟ ବିଭାଗ  । ଘରୋଇ ହସ୍ପିଟାଲ ସହ MOU ବଳବତ୍ତର ଥିବା ସ୍ପଷ୍ଟ କଲା । ବିଏସକେୱାଇ କାର୍ଡଧାରୀଙ୍କୁ ସ୍ୱାସ୍ଥ୍ୟସେବା ମିଳୁନଥିବା ଖବର ଗୁଜବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ । ବର୍ତ୍ତମାନ ସମୟରେ ଜନସାଧାରଣ ପୂର୍ବପରି ବିଏସକେୱାଇ ଜରିଆରେ ସ୍ୱାସ୍ଥ୍ୟସେବା ପାଇପାରିବେ। ଗତ ବୁଧବାର ଦିନ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇ ବିଏସକେୱାଇ ବନ୍ଦ ହେବ ବୋଲି କହିଥିଲେ । ଏହା ସହିତ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା କାର୍ୟ୍ୟକାରୀ ହେବ ବୋଲି କହିଥିଲେ ।

ବିଏସକେୱାଇରେ ଜନସାଧାରଣଙ୍କୁ ଅଳ୍ପ ସୁବିଧା ମିଳୁଛି । କିନ୍ତୁ ଆୟୁଷ୍ମାନ ଭାରତରେ ବ୍ୟାପକ ସୁବିଧା ପ୍ରଦାନ କରାଯିବ। ମାତ୍ର ବର୍ତ୍ତମାନ ସମୟରେ ବିଏସକେୱାଇ ବନ୍ଦ ହେବା ନେଇ କୌଣସି ସୂଚନା ଦେଇ ନ ଥିବାବେଳେ ଡାକ୍ତରଖାନାଗୁଡ଼ିକ ସରକାର ବଦଳିବା ଆଳରେ ରୋଗୀଙ୍କୁ ବିଏସକେୱାଇ କାର୍ଡରେ ଚିକିତ୍ସା ନ ଦେଇ ଫେରାଇ ଦେଉଥିବା ଅଭିଯୋଗ ହୋଇଥିଲା । ଏହାପରେ ତାଙ୍କ ବିବୃତ୍ତି ପରିବର୍ତ୍ତନ ହୋଇଥିଲା । ସେ କହିଥିଲେ ଯେ, ରୋଗୀର କୌଣସି ଜାତି ନାହିଁ କି ଦଳ ନାହିଁ ।

ତେବେ ସେମାନଙ୍କୁ ଉପଯୁକ୍ତ ଏବଂ ଉନ୍ନତମାନର ସେବା ପ୍ରଦାନ କରାଯିବା ଉଚିତ । ତେବେ ନବୀନ ପଟ୍ଟନାୟକ ସରକାର ୨୦୧୮ ଅଗଷ୍ଟ ୧୫ ତାରିଖରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ । ଏହାଦ୍ୱାରା ଅନେକ ଲୋକେ ମଗଣାରେ ଚିକିତ୍ସା ପାଉଥିଲେ । ହେଲେ ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ଆସିବା ପରେ ଏହି କାର୍ଡକୁ କୌଣସି ହସ୍ପିଟାଲ ଗ୍ରହଣ କରୁନଥିଲା । ଏଥିପାଇଁ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ଗ୍ରହଣ କରିବାକୁ ସମସ୍ତ ହସ୍ପିଟାଲକୁ ନିର୍ଦ୍ଦେଶ ଜାରି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ