ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଉତ୍ତରପ୍ରଦେଶର ସାହାରନପୁର ଖଣି ମାଫିଆ ତଥା ବିଏସ୍ପିର ପୂର୍ବତନ ଏମ୍ଏଲ୍ସି ମହମ୍ମଦ ଇକବାଲଙ୍କ ଉପରେ ଇଡିର ବଡ କାର୍ୟ୍ୟାନୁଷ୍ଠାନ । ମହମ୍ମଦ ଇକବାଲଙ୍କ ଦ୍ୱାରା ନିର୍ମିତ ବେଆଇନ ବିଶ୍ୱବିଦ୍ୟାଳୟକୁ ଇଡି ଜବତ କରିଛି । ଜବତ ହୋଇଥିବା ସମ୍ପତ୍ତିରେ ସାହାରନପୁରରେ ଥିବା ତାଙ୍କର ୨୧୨ ଏକର ଜମି ଏବଂ ଗ୍ଲୋକାଲ ବିଶ୍ୱବିଦ୍ୟାଳୟର ବିଲ୍ଡିଂ ସାମିଲ ଅଛି। ଏହାର ଦାମ୍ ପ୍ରାୟ ୪,୪୪୦ କୋଟି ବୋଲି କୁହାଯାଇଛି। ଏହି ବିଶ୍ୱବିଦ୍ୟାଳୟର ଦାୟିତ୍ୱ ତାଙ୍କ ଭାଇ ଏବଂ ପୁଅମାନଙ୍କ ଉପରେ ଥିଲା । ମହମ୍ମଦ ଇକବାଲ ଗତ କିଛି ମାସ ଧରି ଫେରାର ଅଛନ୍ତି।