ମୁମ୍ବାଇରେ ପ୍ରବଳ ବର୍ଷା, ଭୁଶୁଡ଼ିଲା ୪ମହଲା କୋଠା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମୌସୁମୀ ଛୁଇଁବାର ପ୍ରଥମ ଦିନରେ ବେହାଲ ହୋଇଛି ଦେଶର ଆର୍ଥିକ ରାଜଧାନୀ ଦିଲ୍ଲୀ । ବୁଧବାର ବିଳମ୍ୱିତ ରାତିରେ ଏକ ଚାରି ମହଲା ଆବାସିକ କୋଠା ଭୁଶୁଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ବୃହନମୁମ୍ୱାଇରେ ନଗର ନିଗମ (ବିଏମସି)ରେ ଏହି ଅଭାବନୀୟ ଘଟଣା ଘଟିଛି। ବିଳମ୍ୱିତ ରାତିରେ ମୁମ୍ୱାଇର ମଲାଡ ପଶ୍ଚିମରେ ଥିବା ନ୍ୟୁ କଲେକ୍ଟର ପରିସରରେ ଏହି ଅଘଟଣ ଘଟିଛି। ବିଏମସି କହିଛି ଏହି କୋଠା ଭୁଶୁଡ଼ିବା ପରେ ପାଖରେ ଥିବା ଆଉ ଏକ କୋଠା ମଧ୍ୟ ଧସି ଯାଇଛି। ଯଦିଓ ଏହି କୋଠ ସମ୍ପୂର୍ଣ୍ଣ ଧସିନାହିଁ ହେଲେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏହି କୋଠାରେ ଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ତେବେ ଦୁର୍ଘଟଣାଗ୍ରସ୍ତ କୋଠା ଭିତରେ କେହି ଚାପି ହୋଇଯାଇଥିବା ଆଶଙ୍କା କରାଯାଉଛି। ଉଦ୍ଧାରକାରୀ ଟିମ୍ ସମସ୍ତଙ୍କୁ ଖୋଜି ବାହାର କରୁଥିବା ସୂଚନା ରହିଛି। ଆହତ ମାନଙ୍କୁ ଏକ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଥିବା ସୂଚନା ରହିଛି।

ସେହିପରି ପ୍ରବଳ ବର୍ଷାରେ ମୁମ୍ବାଇର ଅନେକ ସ୍ଥାନ ଜଳମଗ୍ନ ହୋଇଛି । ଅନେକ ଅଞ୍ଚଳରେ ବର୍ଷା ପାଣି ଜମି ଲୋକ ଜଳବନ୍ଦୀ ହୋଇପଡ଼ିଛନ୍ତି । ରାସ୍ତାରେ ମଧ୍ୟ ପାଣି ଜମିବା କାରଣରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳ ଧାରଣାରେ ମଧ୍ୟ ପାଣି ଜମି ମେଟ୍ରୋ ଚଳାଚଳ ବନ୍ଦ ରହିଛି । ତେବେ ଆହୁରି ୪ଦିନ ପାଇଁ ମହାରାଷ୍ଟ୍ରରେ ଭୀଷଣ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ କରାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ