Masthead

ଆମେ ପ୍ରତିଶୋଧ ରାଜନୀତି କରିନାହୁଁ : ସିଦ୍ଧରାମୟା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ବିଜେପି ଓ ଜେଡିଏସର ଅଭିଯୋଗ ପରେ ମୁହଁ ଖୋଲିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମୟା । ସେ କହିଛନ୍ତି ତାଙ୍କ ସରକାର କେବେବି ପ୍ରତିଶୋଧ ରାଜନୀତିରେ ଲିପ୍ତ ହୋଇ ନାହାନ୍ତି । ବିଜେପି ପ୍ରତିଶୋଧ ରାଜନୀତି କରୁଥିବା ସେ ଅଭିଯୋଗ କରିଛନ୍ତି । ପୋକ୍ସୋ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଡିୟୁରପ୍ପାଙ୍କ ବିରୋଧରେ ଗିରଫ ପରୱାନା ଜାରି ହେବା ପରେ ବିଜେପି ଏବଂ ଜେଡିଏସ୍ ଅଭିଯୋଗ କରିଥିଲେ ରାଜ୍ୟ ସରକାର ୟେଦୁରୁପ୍ପାଙ୍କ ବିରୋଧରେ ପ୍ରତିଶୋଧ ରାଜନୀତି କରୁଛନ୍ତି । ଯେତେବେଳେ ସିଦ୍ଧରାମୟାଙ୍କୁ ଏହି ବିଷୟରେ ପ୍ରଶ୍ନ ପଚରା ଯାଇଥିଲା, ସେ କହିଥିଲେ, ‘ଯେତେବେଳେ ବିଜେପି ଆମ ବିରୋଧରେ ମାମଲା ଦାଏର କରିଥିଲେ, ସେତେବେଳେ ସେମାନେ ଟାର୍ଗେଟ କରୁନଥିଲେ କି? ମୋ ବିରୋଧରେ ଡି.କେ ଶିବକୁମାର ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା, ଏହାକୁ କ’ଣ କୁହାଯିବ ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲକୁ ପଠାଯାଇଥିଲା, ଏହାକୁ ଘୃଣା ରାଜନୀତି କୁହାଯିବା ଉଚିତ ନୁହେଁ କି? ଆମେ ତାହା କେବେ କରିବୁ ନାହିଁ ଏବଂ ଭବିଷ୍ୟତରେ କରିବୁ ନାହିଁ ମଧ୍ୟ । ଏଭଳି କରିବା ହେଉଛି ବିଜେପିର କାମ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା