Masthead

ମୁମ୍ବାଇର ୫୦ରୁ ଅଧିକ ଡାକ୍ତରଖାନାକୁ ବୋମାରେ ଉଡାଇ ଦେବାକୁ ଧମକ, ଆଲର୍ଟରେ ପୋଲିସ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ରାଜଧାନୀ ଦିଲ୍ଲୀ ପରେ ଏବେ ମୁମ୍ବାଇ ପାଳି । ମୁମ୍ବାଇରେ ୫୦ ହସ୍ପିଟାଲକୁ ବୋମାରେ ଉଡ଼ାଇବାକୁ ଧମକ । ମେଲ୍‌ ଯୋଗେ ଧମକପୂର୍ଣ୍ଣ ଚିଠି ପାଇ ମୁମ୍ବାଇ ପୋଲିସର ଛାନଭିନ୍‌ । ହସ୍ପିଟାଲ ବେଡ୍ ଓ ବାଥରୁମ୍‌ରେ ବୋମା ଖଞ୍ଜିଥିବା ଦୁର୍ବୃତ୍ତଙ୍କ ଧମକ । ବିଏମ୍‌ସି ଅଫିସ ଓ ହିନ୍ଦୁଜା କଲେଜ ଅଫ୍‌ କମର୍ସକୁ ବି ଉଡ଼ାଇବାକୁ ଧମକ । ମଙ୍ଗଳବାର ମୁମ୍ବାଇର ୫୦ରୁ ଅଧିକ ଡାକ୍ତରଖାନାକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଥିଲା। ଇ-ମେଲ୍‌ ଜରିଆରେ ଏହି ଧମକ ଆସିଥିଲା।

ଭିପିଏନ୍‌ ନେଟଓ୍ୱର୍କ ବ୍ୟବହାର କରି ଧମକପୂର୍ଣ୍ଣ ଇମେଲ ପଠାଯାଇଛି। ତେବେ ଇମେଲ ପଠାଇଥିବା ବ୍ୟକ୍ତି ଏବଂ ଧମକର କାରଣ ଏଯାବତ ଜଣାପଡ଼ିନାହିଁ। ଭିପିଏନ୍‌ ନେଟଓ୍ୱର୍କ ପାଇଁ ଅଭିଯୁକ୍ତଙ୍କ ଯାଏ ପହଞ୍ଚିବା କଷ୍ଟକର ହୋଇଛି। ପୋଲିସ କହିବା ଅନୁସାରେ ସବୁ ଧମକପୂର୍ଣ୍ଣ ଇ-ମେଲ୍‌ ଗୋଟିଏ ଆଇଡି Beeble.Com ଆସିଥଇଲା। ଏହି ଓ୍ୱେବ୍‌ସାଇଟ୍‌ର ସର୍ଭୀ ସାରଇପ୍ରସ୍‌ରେ ଚିହ୍ନଟ ହୋଇଥିଲା। ହସ୍ପିଟାଲର ବେଡ୍‌ ଓ ବାଥରୁମ୍‌ରେ ବୋମା ରଖାଯାଇଥିବା ମେଲ୍‌ ଜରିଆରେ କୁହାଯାଇଥିଲା। ତେବେ ଯାଞ୍ଚ ପରେ ସେଭଳି କୌଣସି ସନ୍ଧିଗ୍ଧ ଜିନିଷ ମିଳିନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ