Masthead

କଂଗ୍ରେସର ବରିଷ୍ଠ ନେତା ତାଜଦାରଙ୍କ ଦେହାନ୍ତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ବରିଷ୍ଠ କଂଗ୍ରେସ ନେତା ତାଜାଦାର ବାବରଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ତାଙ୍କ ଦେହ ଦୀର୍ଘ ଦିନ ଧରି ଆସୁସ୍ଥ ଥିଲା । ଶେଷରେ ଆଜି ସେ ଆଖି ବୁଝିଦେଇଛନ୍ତି । ତେବେ ତାଜାଦର ତକ୍ରାଳୀନ ମିଣ୍ଟୋ ରୋଡ ନୁର୍ବଚନ ମଣ୍ଡଳିରେ ବିଧାୟକ ଭାବେ କାର୍ଯ୍ୟ କରିଛନ୍ତି । ପରବର୍ତ୍ତୀ ଅବସ୍ଥାରେ ଏହି ମିଣ୍ଟୋ ରୋଡ ନୂଆ ଦିଲ୍ଲୀ ନିର୍ବଚନ ମଣ୍ଡଳୀରେ ମିଶିଥିଲା । ତେବେ ନୂଆଦିଲ୍ଲୀ ଆସନରେ ପୂର୍ବରୁ ଶିଲା ଦିକ୍ଷୀତ ଜିତିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜୟୀ ହୋଇଛନ୍ତି ।

 

ସୂଚନା ଅନୁସାରେ ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ବେଳେ ତାଜାଦାର ଦିଲ୍ଲୀ କଂଗ୍ରେସର ମୁଖିଆ ଭାବେ କାମ କରୁଥିଲେ । କଂଗ୍ରେସ ପକ୍ଷରୁ ଆଜି ତାଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଠୁ ଆରମ୍ଭ କରି ମୁଖପାତ୍ର ପବନ ଖେଡାଙ୍କ ବହୁ ବିଶିଷ୍ଟ ବ୍ୟକ୍ତି ତାଜଦାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ତାଜଦାରଙ୍କ ପରିବାରରେ ତାଙ୍କ ଗୋଟେ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ପୁଅ ଫରହଦ ୨୦୦୬ରେ ଦିଲ୍ଲୀ ମେୟର ଭାବେ କାର୍ଯ୍ୟ କରିଥିଲେ । ତେବେ ଆଜି ସଂଧ୍ୟାରେ ନିଜାମୁଦ୍ଦିନର ପଞ୍ଚ ପିରାନ କବରସ୍ତାନରେ ତାଙ୍କୁ କବର ଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହାଇଓ୍ବାକୁ ପିଟିଲା ବୋଲେରୋ, ୫ ମୃତ 🔴 ହାର୍ ମାନିବାକୁ ଦିଦି ନାରାଜ 🔴 ବିଜୟଙ୍କ ବଡ଼ ବିଜୟ! 🔴 ଦିଲ୍ଲୀରେ ବିସ୍ଫୋରଣରୁ ଅଗ୍ନିକାଣ୍ଡ; ୯ ମୃତ 🔴 ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ 🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ହାଇଓ୍ବାକୁ ପିଟିଲା ବୋଲେରୋ, ୫ ମୃତ 🔴 ହାର୍ ମାନିବାକୁ ଦିଦି ନାରାଜ 🔴 ବିଜୟଙ୍କ ବଡ଼ ବିଜୟ! 🔴 ଦିଲ୍ଲୀରେ ବିସ୍ଫୋରଣରୁ ଅଗ୍ନିକାଣ୍ଡ; ୯ ମୃତ 🔴 ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ 🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ