Masthead

ଶହୀଦପରିବାରଙ୍କୁ ସମ୍ମାନ ଜଣାଇଲା ସେନା

 

ମାଲକାନଗିରି, (ବଡ଼ ଖବର ବ୍ୟୁରୋ):

ଶହୀଦ ଜବାନଙ୍କ ପରିବାରକୁ ସମ୍ମାନ ଜଣାଇଲା ସେନା । ସି.ଆର.ପି.ଏଫ ବାହିନିର ୧୭୯ କୋବ୍ରା ବାଟାଲିଆନରେ ଯୋଗ ଦେଇ ୨୦୦୯ ମସିହାରେ ଜାମ୍ମୁ ଓ କାଶ୍ମୀରର ଶ୍ରୀନଗର ଠାରେ  ଆତଙ୍କବାଦୀ ଙ୍କ ଗୁଳିରେ ପ୍ରାଣ ହରାଇଥିଲେ ମାଲକାନଗିରି ଜିଲ୍ଲାର ହରିଜନ ଯୁବକ ରମେଶ ହାଲୱା । ହେଲେ ଦେଶ ପାଇଁ ସହିଦ ହୋଇଥିବା ରମେଶଙ୍କୁ କିନ୍ତୁ ଆଜିବି ମନେ ପକାଉଛି ସେନା । କାରଣ ଜାମ୍ମୁ ଓ କାଶ୍ମୀର ଉପରେ ଖରାପ ନଜର ପକେଇଥିବା ଅନେକ ଆତଙ୍କବାଦୀଙ୍କୁ ଆର ପାରିକୁ ପଠେଇଥିଲେ ସି.ଆର.ପି.ଏଫ ଜବାନ ରମେଶ ହାଲୱା । ଯେଉଥି ପାଇଁ ସେତେ ବେଳେ ସରକାର ତାଙ୍କୁ ସାହାସିକତାର ମେଡାଲ ମଧ୍ୟ ଦେଇଥିଲା । ଆତଙ୍କ ବାଦୀଙ୍କ ଟାର୍ଗେଟରେ ରହିଥିବା ରମେଶ ଶ୍ରୀନଗରର ଏକ ରାସ୍ତା ଦେଇ ନିଜ କ୍ୟାମ୍ପକୁ ଫେରୁଥିବା ସମୟରେ ଆତଙ୍କ ବାଦୀ ମାନେ ପଛପଟୁ ତାଙ୍କ ଉପରେ ଗୁଳି ଚାଳନା କରିଥିଲେ । ଘଟଣା ସ୍ଥଳରେ ରମେଶ ପ୍ରାଣ ହରାଇଥିଲେ ସତ ହେଲେ ଦେଶ ପାଇଁ ତାଙ୍କର ବଳିଦାନକୁ  ଭୁଲି ନାହି ସେନା । ସେଇଥି ପାଇଁ ପ୍ରତି ବର୍ଷ ସି.ଆର.ପି.ଏଫ ବାହିନୀର ବରିଷ୍ଠ ଅଧିକାରି ମାନେ ରମେଶ ହାଲୱାଙ୍କ ଘରକୁ ଯାଇ ସମ୍ମାନ ଜଣାଉଛନ୍ତି । ମାଲକାନଗିରି ଉଚ୍ଚ ବିଦ୍ୟାଳୟରେ ସହିଦ ରମେଶ ହାଲୱାଙ୍କ ଏକ ପ୍ରତିମୁତ୍ତି ମଧ୍ୟ ସ୍ଥାପନ କରାଯାଇଛି । ହେଲେ ରମେଶଙ୍କ ମାଆ କାନ୍ଦି କାନ୍ଦି କହିଛନ୍ତି ଯେ ଜୀବିତ ଥିବା ସମୟରେ ରମେଶ ତାଙ୍କ ପୁଅ ଥିଲେ ହେଲେ ବର୍ତ୍ତମାନ ସେ ସମଗ୍ର ଦେଶର ପୁଅ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ