Masthead

ଗତିପଥ ବଦଳାଉଛି ସୁବର୍ଣ୍ଣରେଖା ନଦୀ

ବାଲିଆପାଳ ,    (ବଡ଼ ଖବର ବ୍ୟୁରୋ): ବାଲିଆପାଳ ବାସୀ ଙ୍କର ଦୁଃଖ ହେଉଛି ସୁବର୍ଣ୍ଣରେଖା ନଦୀ। ପ୍ରତିବର୍ଷ ଏହି ନଦୀ ଗତିପଥ ବଦଳାଇ କୂଳ ଖାଇ    ବାଲିଆପାଳ ବ୍ଲକ ରେ ବହୁତ କ୍ଷତି କରାଇଥାଏ । ବିଗତ କିଛି ବର୍ଷ ଧରି ଏହି ନଦୀ ର ପାଣିରେ କୁଦମାନସିଂ ଚଡ଼, ମନୋନଗର, ରସଲପୁର, ନୟାବାଲି ପ୍ରଭୁତି ଗ୍ରାମରେ ବହୁ ଅଂଚଳ ଲୀନ ହୋଇଯାଇଛି । ଏବେ ଏହି ସବୁ ସ୍ଥାନରେ ପଥର ପେଚିଙ୍ଗ୍ ହେବାପରେ ବର୍ତମାନ ଜାମକୁଣ୍ଡା ପଞ୍ଚାୟତ ର କୁହ୍ଲାଚଡ ଗ୍ରାମ ପନ୍ତେଇ ଫେରିଘାଟ ରେ ବିପଦ ସୃଷ୍ଟି ହେଇଛି । ସୁବଣ୍ଣରେଖା ନଦୀ ପନ୍ତେଇଘାଟ ନିକଟରେ କୁହ୍ଲାଚଡ ପଟରେ ପ୍ରାୟ ୨୦୦ମିଟର ଲମ୍ବ ଅଂଚଳରେ ପ୍ରତିଦିନ ନଦୀକୁ ଅତଡା ଖସୁଛି ।ବିପଦ ଭିତରେ କୁହ୍ଲାଚଡ ଗ୍ରାମ ଚାଷୀଙ୍କ ଏକର ଏକର ଚାଷ ଜମି ନଦୀ ଗର୍ଭକୁ ଚାଲିଗଲାଣି ।ବର୍ତ୍ତମାନ ଯେଉଁ ବେଗରେ ନଦୀରୁ ଅତଡା ଖସୁଛି ଏହି ଧାରା ଜାରି ରହିଲେ ଗ୍ରାମ ନିକଟରେ ନଦୀ ପହଂଚିବାକୁ ବେସି ବିଳମ୍ବ ହେବ ନାହିଁ । ବଙ୍ଗୋପସାଗର ଲୁଣା ଜୁଆର ନଦୀର ମୁହଁ ଦେଇ ପ୍ରବଳ ଗତିରେ ପ୍ରବେଶ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା କୁହାଯାଇଛି ।ଏବଂ ସେଠାରେ ବାଲି ମାଫିଆ ମାନଙ୍କ ଦ୍ବାରା ଯେଉଁ ବାଲି ଗଦା ହୋଇଛି ସେଇ ବାଲିରେ ବାହାରୁ ଥିବା ପାଣିରେ ସଂପୂଣ୍ଣ ଭାବେ ନଦୀ ବନ୍ଧକୁ ଦୁର୍ବଳ କରିଦେଉଛି ।ପନ୍ତେଇ ଫେରିଘାଟ ନିକଟରେ ଏବେ ବାଲି ମାଫିଆଙ୍କ ରାଜ୍ ଚାଲିଛି । ଏନେଇ ଜାମକୁଣ୍ଡା ପଞ୍ଚାୟତ ସରପଞ୍ଚ ବାବୁ ଙ୍କୁ ପଚାରିବାରୁ ସେ କହୁଛନ୍ତି ବାଲି ମାଫିଆ ତାଙ୍କ ଜାଗାରେ ବାଲି କାଢୁଛନ୍ତି ଏବଂ ସେ କହିଛନ୍ତି ବିଧାୟକ ଙ୍କୁ ସେ ମଧ୍ଯ ଲିଖିତ ଆକାରରେ ଜଣାଇଥିଲେ କିନ୍ତୁ ବିଧାୟକ ଆଜିଯାଏ କିଛି କରିଲେ ନାହିଁ ତାହା ହେଉଛି ବିଧାୟକ କଂ ବିଫଳତା ବୋଲି ସେ କହିଛନ୍ତି ।ଭୋଗରାଇ ବିଧାୟକ ଅନନ୍ତ ଦାସ ଯଦି ତାଙ୍କ ସାଇଟ୍ ରେ ପଥର ପେଚିଙ୍ଗ୍ କରିପାରୁଛନ୍ତି ତାହେଲେ ଆମ ବିଧାୟକ ନିତ୍ଯାନନ୍ଦ ସାହୁ କଣ ପାଇଁ କରିପାରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ?  ଦେଖିବାର ବାକି ରହିଲା ପ୍ରଶାସନ କେବେ ଏ ବାଲି ମାଫିଆ ଙ୍କ କବଳରୁ ଗ୍ରାମକୁ ରକ୍ଷା କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା