ଖୁବ୍‌ ଶୀଘ୍ର ରତ୍ନଭଣ୍ଡାର ଖୋଲାଯାଇ ଗଣତି ଓ ମଣତି କରାଯିବ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଲୋକସେବା ଭବନରେ ଦାୟିତ୍ୱ ଗ୍ରହଣ କଲେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତିନୋଟି ବିଭାଗ କିଭଳି ରାଜ୍ୟବାସୀଙ୍କ ସେବାରେ ଲାଗି ପାରିବ ତାହା ହିଁ ମୋର ପ୍ରାଥମିକତା ବୋଲି କହିଲେ ପୃଥ୍ୱୀରାଜ । ସେ କହିଛନ୍ତି ୧୦୦ ଦିନିଆ, ବର୍ଷିକିଆ, ଓ ୫ ବର୍ଷିଆ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଛି । ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଆଜି ଅପରାହ୍ନରେ ପୂର୍ତ୍ତ ବିଭାଗର ଅଧିକାରୀଙ୍କ ସହ ସମୀକ୍ଷା କରିବେ ମନ୍ତ୍ରୀ ।

ଅଗଷ୍ଟ ପ୍ରଥମ ସପ୍ତାହରେ କୋର୍ଟ କମ୍ପ୍ଲେକ୍ସ ଉଦଘାଟନ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱର ର ଆଇନଜୀବୀମାନେ ତମ୍ଭୁ ତଳେ ବସିଥିବା ଦେଖି ଖରାପ ଲାଗୁଛି ତେଣୁ ତୁରନ୍ତ କାମ ଶେଷ ପାଇଁ ବିଭାଗ ପଦକ୍ଷେପ ନେଇଛି । ସେପଟେ ରତ୍ନ ଭଣ୍ଡାର ଖୋଲିବା ନେଇ ମନ୍ତ୍ରୀ କହିଛନ୍ତି ଖୁବଶୀଘ୍ର ତାରିଖ ଓ ଗାଇଡ଼ ଲାଇନ ବିଭାଗ ପକ୍ଷରୁ ଘୋଷଣା କରାଯିବ । ସେ ନେଇ ବିଭାଗ କାମ କରୁଛି । ନିର୍ଦ୍ଦିଷ୍ଟ ସମୟରେ ରତ୍ନ ଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ଅଳଙ୍କାର ଏବଂ ଅନ୍ୟ ସମ୍ପତିର ଗଣତି କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’