Masthead

ଆଇନ ବିଭାଗରୁ ଗାଏବ ଫାଇଲ ମିଳିଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମିଳିଲା ଆଇନ ବିଭାଗରୁ ଗାଏବ ଫାଇଲ । ରାଜ୍ୟ ଆଇନ ବିଭାଗରୁ ଫାଇଲ ଗାଏବ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଫାଇଲକୁ ଖୋଜିବା ପାଇଁ ଆଇନ ବିଭାଗ ପକ୍ଷରୁ ଏହାର ବିଭିନ୍ନ ସେକ୍ସନକୁ ଚିଠି କରାଯାଇଥିଲା । ଶ୍ରୀମନ୍ଦିର ପରିଚାଳନା କମିଟିକୁ ମନୋନୀତ ହେଉଥିବା ସେବାୟତଙ୍କ ତାଲିକା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ରାଜ୍ୟ ଆଇନ ବିଭାଗକୁ ପଠାଯାଇଥାଏ । ଏହି ତାଲିକା ଆଇନ ବିଭାଗରୁ କୁଆଡେ ଗାଏବ ହୋଇଯାଇଥିଲା । ତେବେ ଏହି ଫାଇଲ ମିଳିବା ପରେ ଖୁବଶୀଘ୍ର ହାଇକୋର୍ଟରେ ଦାଖଲ ହେବ ବୋଲି ସୂଚନା ମିଳିଛି । ଓଡ଼ିଶା ହାଇକୋର୍ଟରେ ଖୁଣ୍ଟିଆ ନିଯୋଗ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା ।

ଅଭିଯୋଗରେ କୁହାଯାଇଥିଲା ଯେ ଶ୍ରୀମନ୍ଦିର ପରିଚାଳନା କମିଟିକୁ କେବଳ କିଛି ନିର୍ଦ୍ଦିଷ୍ଟ ନିଯୋଗ ସେବାୟତମାନେ ବାରମ୍ବାର ମନୋନିତ ହେଉଛନ୍ତି । ନିୟମ ରହିଛି, ପରିଚାଳନା କମିଟିକୁ ଯଦି ୫ ଜଣ ସଦସ୍ୟ ମନୋନୀତ ହେବେ ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରାଜ୍ୟ ସରକାରଙ୍କୁ ୧୦ ଜଣଙ୍କ ନାମ ପ୍ରସ୍ତାବ ଦେବେ । ସେଥିରୁ ୫ ଜଣଙ୍କ ନାଁ ରାଜ୍ୟ ସରକାର ଅନୁମୋଦନ କରି ଶ୍ରୀମନ୍ଦିର ପରିଚାଳନା କମିଟିକୁ ପଠାଇବେ । ହାଇକୋର୍ଟ ମାମଲାରେ ଶ୍ରୀମନ୍ଦିର ପ୍ରଶାସକଙ୍କୁ ୨୦୧୧, ୨୦୧୪, ୨୦୧୮ ଏବଂ ୨୦୨୧ରେ କେଉଁ ସେବାୟତଙ୍କ ନାମ ତାଲିକା ଯାଇଛି ତାହା ଦାଖଲ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଶ୍ରୀମନ୍ଦିର ପ୍ରଶାସକ ୨୦୧୮ ଏବଂ ୨୦୨୧ର ତାଲିକା ଦେଇଥିବା ବେଳେ ୨୦୧୧ ଏବଂ ୨୦୧୪ର ତାଲିକା ଦେଇ ପାରିନଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି