Masthead

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ । ପ୍ରଥମ ଥର ପାଇଁ ସଂସଦରେ ହାତ ମିଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ଅଷ୍ଟାଦଶ ଲୋକସଭାର ନବ ନିର୍ବାଚିତ ବାଚସ୍ପତି ଓମ୍ ବିର୍ଲାଙ୍କୁ ସ୍ୱାଗତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଓ ରାହୁଲ ଗାନ୍ଧି ଉଭୟଙ୍କୁ କରମର୍ଦ୍ଦନ କରୁଥିବାର ଦେଖିବାକୁ ମିଳିଥିଲା ।

ଓମ୍‌ ବିର୍ଲା ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ମୋଦି ଏବଂ ରାହୁଲ ଏକାସାଙ୍ଗରେ ହାତ ମିଶାଇ ଅଭିବାଦନ ଗ୍ରହଣ କରିବା ପରେ ଓମ୍‌ ବିର୍ଲାଙ୍କୁ ନିଜ ସିଟକୁ ଛାଡିବାକୁ ଯାଇଥିଲେ ମୋଦି ଏବଂ ରାହୁଲ । ଆଗରେ ଓମ୍‌ ବିର୍ଲା, ପଛରେ ମୋଦି, ତା’ପଛରେ ରାହୁଲ ଗାନ୍ଧି ଯାଉଥିବାର ଦେଖିବାକୁ ମିଳିଥିଲା ।

ସଂସଦର ପରମ୍ପରା ଅନୁଯାୟୀ, ପ୍ରଧାନମନ୍ତ୍ରୀ, ବିପକ୍ଷ ନେତା ଲୋକସଭା ବାଚସ୍ପତିଙ୍କୁ ସାଂସଦ ସିଟରୁ ଅଧ୍ୟକ୍ଷ ସିଟ୍‌ ପର୍ଯ୍ୟନ୍ତ ନେଇ ଯିବେ । ଲୋକସଭା ବାଚସ୍ପତି ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ଏବଂ ରାହୁଲ ଗାନ୍ଧି ଓମ୍‌ ବିର୍ଲାଙ୍କୁ ନିଜ ସିଟ୍‌ ପର୍ଯ୍ୟନ୍ତ ନେଇ ଛାଡିଥିଲେ । ଆଉ ଏହି ସମୟରେ ରାହୁଲ ଏବଂ ମୋଦି ହାତ ମିଳାଇଥିଲେ । ଏହି ମୁହୂର୍ତ୍ତ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ