Masthead

ସୂର୍ଯ୍ୟକୁମାରଙ୍କ କ୍ୟାଚ୍ ଫାଇନାଲ ମ୍ୟାଚରେ ଭାରତକୁ ଦେଖାଇଲା ବିଜୟର ବାଟ

ନୁଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଇତିହାସ ରଚିଛି ଭାରତ । ଟି-୨୦ ବିଶ୍ୱକପରେ ଜିତିବା ପରେ ସାରା ଭାରତରେ କ୍ରିକେଟର ଦୀପାବଳି ପାଳନ କରାଯାଉଛି । ଗତକାଲି ଭାରତ ଦକ୍ଷିଣ ଆଫ୍ରିକାକୁ ହରାଇ ୧୩ ବର୍ଷ ପରେ ଆଇସିସି ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଜିତିଛି ରୋହିତବାହିନୀ । ଭାରତ ଫାଇନାଲରେ ୧୭୬ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଦକ୍ଷିଣ ଆଫ୍ରିକାକୁ । ଜବାବରେ ଦକ୍ଷିଣ ଆଫ୍ରିକା ଦଳ ବ୍ୟାଟିଂ କରିବାକୁ ଆସି ପ୍ରାରମ୍ଭିକ ବିପର୍ୟ୍ୟୟର ସାମ୍ନା କରିଥିଲା । ପରବର୍ତ୍ତୀ ସମୟରେ ବ୍ୟାଟର ହେନରିକ କ୍ଲାସେନ ଓ ଡେଭିଡ ମିଲରଙ୍କ ଧୂଆଁଧାର ବ୍ୟାଟିଂ ସାଉଥ ଆଫ୍ରିକାକୁ ବିଜୟର ଦ୍ୱାରଦେଶରେ ପହଞ୍ଚାଇ ଦେଇଥିଲେ । ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ହେନରିକ କ୍ଲାସନଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ ନେଇଥିଲେ । ମାତ୍ର ଫାଇନାଲ ଫାଇଟରେ ଡେଭିଡ ମିଲରଙ୍କ ୱିକେଟ ମ୍ୟାଚ ଟଣ୍ଣିଂ ପଏଣ୍ଟ ଥିଲା ଯାହାଙ୍କୁ ସୂର୍ଯ୍ୟକୁମାର ଯାଦବ ବାଉଣ୍ଡ୍ରୀ ଲାଇନରେ ଅଦ୍ଭୂତ ଭାବରେ କ୍ୟାଚ କରି ନେଇଥିଲେ ।

ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ଜିତିବା ପାଇଁ ମାତ୍ର ୧୬ ରନର ଆବଶ୍ୟକତା ଥିଲା । ଏହି ସମୟରେ ଷ୍ଟ୍ରାଇକରେ ଡେଭିଡ ମିଲର ଥିଲେ । ହାର୍ଦ୍ଦିକଙ୍କ ଫୁଲଟସ ବଲକୁ ମିଲର ଜୋରରେ ପ୍ରହର କରିଥିଲେ । ଯାହା ବାଉଣ୍ଡ୍ରୀ ଲାଇନ ପାଖକୁ ଯାଇ ଛକା ହଉ ହଉ ହେଇ ନ ଥିଲା । ଏହି ସମୟରେ ସୂର୍ଯ୍ୟକୁମାର ଯାଦବ ଅଦ୍ଭୂତ ଭାବରେ ମିଲରଙ୍କ କ୍ୟାଚ ନେଇଥିଲେ । ବଲ ବାଉଣ୍ଡ୍ରୀକୁ ଛୁଇଁବାକୁ ଯାଉଥିଲା, ମାତ୍ର ତାହା କରିବାକୁ ଦେଇ ନ ଥିଲେ ସୂର୍ଯ୍ୟକୁମାର । ବଲକୁ ସେ ଉପରକୁ ଭିଙ୍ଗି ତାହାକୁ ସୁନ୍ଦର ଭାବରେ କ୍ୟାଚ କରିଥିଲେ । ଲାଗୁଥିଲା ଏ କ୍ୟାଚ ହୋଇ ନ ଥିଲେ ଭାରତ ହାତରୁ ମ୍ୟାଚ ଯାଇ ଥାଆନ୍ତା ଓ ଟ୍ରଫି ବି । ବିଶ୍ୱକପ କ୍ରିକେଟ ଇତିହାସରେ ଏହାକୁ ସର୍ବଶ୍ରେଷ୍ଠ କ୍ୟାଚ ବୋଲି ବିବେଚନା କରୁଛନ୍ତି ଅନେକ ଫ୍ୟାନ୍ସ ଓ କ୍ରିକେଟର । ସୂର୍ୟ୍ୟକୁମାର ଯାଦବ ଭାରତର ସୂର୍ୟ୍ୟକୁ ଅସ୍ତ ହେବାକୁ ଦେଇ ନ ଥିଲେ । ଡେଭିଡ ମିଲରଙ୍କ କ୍ୟାଚ କରି ସେ ଭାରତକୁ ଟ୍ରଫି ଭେଟି ଦେଇଥିଲେ । ଯାହାର ଅପେକ୍ଷା ଦୀର୍ଘ ୧୧ ବର୍ଷରୁ ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା