Masthead

ଭାରି ପଡିଲା ଚୋରାମଦ କାରାବାର

କେନ୍ଦୁଝର(ବଡ଼ ଖବର ବ୍ୟୁରୋ): ଧରାପଡିଲା ଚୋରାମଦ ବ୍ୟବସାୟ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ହରିଡାପାଳ ପଞ୍ଚାୟତ ଟୋଲଙ୍କପଡା ଗ୍ରାମରେ  ଚୋରା ମଦ, ମହୁଲି ବିକ୍ର କରୁଥିବା ଜାଣି ସେହି ବ୍ୟକ୍ତିଙ୍କ ବିରୋଧରେ ଗ୍ରାମର ଯୁବଗୋଷ୍ଠୀ ପୋଲିସକୁ ଅବଗତ କରାଇଥିଲେ ।

ଘଟଣା ସ୍ଥଳରେ ଘସିପୁରା ପୋଲିସ ପହଞ୍ଚି ମଙ୍ଗଳପୁର ଗ୍ରାମର ବାବୁଲି ଦାସ ନାମକ ବ୍ୟକ୍ତିକୁ ଥାନାକୁ ନେଇ  କରି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ଲୁଚି ଲୁଚି ଚୋରା ମହୁଲି ବେପାର କରୁଥିବା ବେଳେ ବର୍ତ୍ତମାନ ବାବୁଲି ଦାସ  ଖୁଲମ ଖୁଲା ମହୁଲି ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ମହୁଲି ପିଇ ଅନେକ ଯୁବକ ମୃତ୍ୟୁବରଣ କଲେଣି ଏବଂ ଅନେକ ବ୍ୟକ୍ତି ରୋଗରେ ପଡ଼ି ହନ୍ତସନ୍ତ ହେଉଛନ୍ତି ।

ଏହାକୁ ଆଖିଆଗରେ ରଖି ଗ୍ରାମର ଯୁବଗୋଷ୍ଠିମାନେ ଏକତ୍ରିତ ହୋଇ ଚୋରାରେ ମହୁଲି, ମଦ,ଗଞ୍ଜେଇ ବିକ୍ରି କରୁଥିବା ଲୋକଙ୍କ ଘରଘର ବୁଲି ଏହା ବିକ୍ରି ନକରିବାକୁ ସତର୍କ କରାଇଛନ୍ତି । ଏହାପରେ ଯେଉଁ ବ୍ୟକ୍ତି ଅମାନିଆ ହୋଇ ବିକ୍ରି କରିବେ ତାଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୁବଗୋଷ୍ଠି ପ୍ରକାଶ କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା