ଚାମ୍ପିଅନ୍ସ ଟ୍ରଫି ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଯିବନି ଟିମ୍ ଇଣ୍ଡିଆ!

ନୂଆଦିଲ୍ଳୀ:(ବଡ଼ ଖବର ବ୍ୟୁରୋ): ପାକିସ୍ତାନରେ ଆୟୋଜିତ ହେବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି ୨୦୨୫ । କିନ୍ତୁ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବାର ସମ୍ଭାବନା ନାହିଁ । ପାକିସ୍ତାନ ବାହାରେ ମ୍ୟାଚ୍ ଆୟୋଜନ କରିବାକୁ ଅପିଲ୍ କରିବ ବିସିସିଆଇ। ଦୁବାଇ କିମ୍ବା ଶ୍ରୀଲଙ୍କାରେ ମ୍ୟାଚ୍ ଆୟୋଜନ ହେବାର ସମ୍ଭାବନା ରହିଛି। ଏକ ରିପୋର୍ଟ ଅନୁଯାୟୀ, ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଟିମ୍ ପାକିସ୍ତାନ ଯାଇନପାରେ। ବିସିସିଆଇ ଟିମ୍ ଇଣ୍ଡିଆକୁ ପାକିସ୍ତାନ ପଠାଇବାକୁ ରାଜି ନଥିବାରୁ ଅନ୍ୟ କେଉଁଠାରେ ମ୍ୟାଚ୍ ଆୟୋଜନ ହେବାର ସମ୍ବାବନା ରହିଛି। ଏନେଇ ଖୁବ୍ ଶୀଘ୍ର ଆଇସିସିକୁ ଅପିଲ କରିପାରେ ବିସିସିଆଇ। ୨୦୨୫ରୁ ଚମ୍ପିଆନ୍ସ ଟ୍ରଫି ଆରମ୍ଭ ହେବ। ପାକିସ୍ତାନ ଆୟୋଜକ ଥିବାରୁ ଏଠାରେ ସମସ୍ତ ମ୍ୟାଚ୍ ଅନୁଷ୍ଠିତ ହେବ।

ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦକୁ ମ୍ୟାଚ୍ କାର୍ଯ୍ୟସୂଚିର ଏକ ଚିଠା ପଠାଇଛି। ପିସିବି କାର୍ଯ୍ୟସୂଚି ଅନୁସାରେ ସମସ୍ତ ୧୫ଟି ମ୍ୟାଚ୍ ପାକିସ୍ତାନରେ ଖେଳାଯିବ। ୭ଟି ମ୍ୟାଚ୍ ଲାହୋର, ତିନୋଟି କରାଚି ଏବଂ ପାଞ୍ଚଟି ରାୱଲପିଣ୍ଡିରେ ଖେଳାଯିବାକୁ ଥିବାବେଳେ କରାଚିରେ ଉଦଘାଟନୀ ମ୍ୟାଚ୍ ଅନୁଷ୍ଠିତ ହେବ। ତେବେ ମାର୍ଚ୍ଚ ୧ରେ ଲାହୋରରେ ଦୁଇ ଚିର ପ୍ରତିଦ୍ୱନ୍ଦ୍ୱି ଭାରତ-ପାକିସ୍ତାନ ମ୍ୟାଚ୍ ରହିଛି। କିନ୍ତୁ ବିସିସିଆଇ ପକ୍ଷରୁ ଟିମ୍ ଇଣ୍ଡିଆକୁ ସେଠାକୁ ପଠାଇବାକୁ ନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ଭାରତ ଏସିଆ କପ୍ ଭଳି ପାକିସ୍ତାନ ବାହାରେ ଶ୍ରୀଲଙ୍କା କିମ୍ବା ୟୁଏଇରେ ମ୍ୟାଚ୍ ଆୟୋଜନ କରିବାକୁ ଅପିଲ୍ କରିବାର ସମ୍ଭାବନା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ