Masthead

ସମାନ କାମକୁ ସମାନ ଦରମା ଦାବି

ପାରାଦ୍ଵୀପ (ବଡ଼ ଖବର ବ୍ୟୁରୋ): ପାରାଦୀପ ବନ୍ଦରରେ ସମାନ କାମକୁ ସମାନ ଦରମା ଦାବି କରିଛି ପାରାଦୀପ ବନ୍ଦର ଡି.ଏଲ.ଆର.ଏସ ଆଣ୍ଡ କଣ୍ଟ୍ରାକ୍ଟ ଶ୍ରମିକ ସଙ୍ଘ ଓ ପାରାଦ୍ଵୀପ-ଏରସମା ଇଣ୍ଡଷ୍ଟ୍ରିଆଲ ଶ୍ରମିକ ସଙ୍ଘ । ଭାରତର ୧୨ଟି ମେଜର ପୋର୍ଟ ମଧ୍ୟରେ ପାରାଦୀପ ବନ୍ଦର ପଣ୍ୟ କାରବାରରେ ଏବେ ଏକ ନମ୍ବର ସ୍ଥାନ ହାସଲ କରିଛି। ଏହା କେବଳ ବନ୍ଦରରେ କାର୍ଯ୍ୟ କରୁଥିବା ଡି.ଏଲ.ଆର.ଏସ ଶ୍ରମିକମାନଙ୍କ ପାଇଁ ସମ୍ଭବ ହୋଇଛି। ବନ୍ଦରରେ ଅବସର ନେଉଥିବା କର୍ମଚାରୀମାନଙ୍କ କାମ ଏହି ଡି.ଏଲ.ଆର.ଏସ ମାନେ କରୁଥିଲେ ମଧ୍ୟ ସେମାନଙ୍କୁ ମାସିକ ୧୭ ରୁ ୧୮ ହଜାର ଦରମା ମିଳୁଛି ।

ଏପରିକି ସେମାନଙ୍କ ଅବସର ସମୟରେ ସେମାନଙ୍କୁ ମାତ୍ର ୪୫ ହଜାର ଟଙ୍କା ମିଳୁଛି। ଯାହାକୁ ସଙ୍ଘ ବିରୋଧ କରିବା ସହିତ ୪ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଡି.ଏଲ.ଆର.ଏସ ଶ୍ରମିକ ଓ କର୍ମଚାରୀମାନଙ୍କୁ ସମାନ କାମ ପାଇଁ ସମାନ ଦରମା, ସେମାନଙ୍କୁ ବନ୍ଦର କର୍ମଚାରୀଙ୍କ ପରି ଚିକିତ୍ସା ସୁବିଧା, ଅବସର ପରେ ଅତିରିକ୍ତ ୩ ବର୍ଷ ନିଯୁକ୍ତି ଓ ଅବସର ସମୟରେ ୧୫ ଲକ୍ଷ ଟଙ୍କା ଦାବି କରିଛି ସଙ୍ଘ।

ସଙ୍ଘ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ବାପି ସାର୍ଖେଲ ଦାବି ସମ୍ପର୍କରେ ପ୍ରକାଶ କରିବା ସହିତ ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ର ରେ ଡବଲ ଇଞ୍ଜିନ ସରକାର ଥିବାରୁ ଶ୍ରମିକ ମାନଙ୍କର ଏହି ବୃହତ୍ତର ସ୍ଵାର୍ଥ ହାସଲ ଦିଗରେ ପାରାଦୀପର ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ଓ ଜଗତସିଂହପୁର ସାଂସଦ ଙ୍କ ସହଯୋଗ ଲୋଡିଛନ୍ତି ବାପି ସାର୍ଖେଲ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା