Masthead

ଦଳକୁ ବୁଡାଇଲେ, ବିଧାୟକଙ୍କୁ ବନାଇବେ ଲଲୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିକୁ ସ୍ୱପ୍ନ ରାଇଜରେ ରଖିଛନ୍ତି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ । ଦଳକୁ ବୁଡାଇଲେ, ବିଧାୟକଙ୍କୁ ବନାଇବେ ଲଲୁ । ଶଙ୍ଖ ଫଟାଇ ବିଧାୟକଙ୍କୁ ହ୍ୟାଙ୍ଗଓଭରରେ ରଖିଲେ । ଗଠନ କଲେ ଛାୟା ମନ୍ତ୍ରୀମଣ୍ଡଳ ମନେ ମନେ ସିଏମ ବନିଗଲେ ପାଣ୍ଡିଆନ । ଓଡ଼ିଶାରେ ଚିତ ପଟ୍ଟାଙ୍ଗ ମାରିଛି ଆଞ୍ଚଳିକ ବିଜୁ ଜନତା ଦଳ । ଦୀର୍ଘ ଅଢେଇ ଦଶନ୍ଧୀ ଧରି ରାଜ୍ୟରେ କରିଆସୁଥିଲା ଶାସନ । କିନ୍ତୁ ୨୦୨୪ ନିର୍ବାଚନରେ ଲାଗିଛି ବ୍ରେକ୍ । ଦଳକୁ ଲାଗିଛି ବଡ ଝଟକା । ଧୂଳି ଚାଟିଛି ବିଜେଡି । କାମ ଦେଇନି ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବର୍ତ୍ତମାନର ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ କ୍ରେଜ୍ । ନବୀନ ବ୍ରାଣ୍ଡକୁ ଲାଗିଲା ଶକ୍ତ ଝଟକା । ନିଜେ କ୍ଷମତାର ଉପଭୋଗ କରିବା ଲାଳସାରେ ନବୀନ ଓ ବିଜେଡିକୁ ନେଇ ଯିଏ ରାଜରାସ୍ତାରେ ଛିଡା କରିଲେ ବାବୁ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଏବେ ପୁରା ଦଳକୁ ତଳିତଳାନ୍ତ କରିବାକୁ ବସିଛନ୍ତି ।

ଜନତା ଶାସକରୁ ବିରୋଧି ଭାବେ ଦାୟିତ୍ୱ ତୁଲାଇବାକୁ ଦେଲେ କିନ୍ତୁ ବିଜେଡି ନେତାଙ୍କ ଆକ୍ରୋଶରୁ ନିଜକୁ ବଞ୍ଚାଇ ରଖିବା ପାଇଁ ଦଳର ବିଧାୟକଙ୍କୁ ସରକାରରେ ରହିଥିବାର ଭ୍ରମ ସୃଷ୍ଟି କରି ରଖିଛନ୍ତି ପାଣ୍ଡିଆନ । ଏହାରି ଭିତରେ ବିଜେଡି ସରକାରରୁ ବିଦାୟ ନେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି କିନ୍ତୁ ଦଳର ନେତାଙ୍କ କ୍ରୋଧରୁ ବର୍ତ୍ତି ରହିବା ପାଇଁ ନବୀନଙ୍କ ଅଜାଣତରେ ମନ୍ତ୍ରୀମଣ୍ଡଳର କବଚ ସୃଷ୍ଟି କରିଦେଛନ୍ତି ପାଣ୍ଡିଆନ । ଲୋକେ କ୍ଷମତା ଦେଇ ନାହାନ୍ତି କିନ୍ତୁ ନିଜେ ନିଜେ ସରକାର ବନାଇ ଦେଲା ବିଜେଡି । ବିଧାନସଭା ପୂର୍ବରୁ ଗଠନ କରିଦେଲେ ଛାୟା ମନ୍ତ୍ରୀମଣ୍ଡଳ । ଆଉ ବିଧାୟକ ମାନଙ୍କ ମଧ୍ୟରେ ବାଣ୍ଟିଦେଲେ ବିଭାଗ । ଏଠି ପ୍ରଶ୍ନ କି ବିଜେଡି କ୍ଷମତା ଚୁତ୍ୟ ହେବା ପରେ ବି ଛାଡିପାରୁନି ସରକାର ଲୋଭ ? ନାଁ ବାବୁ ଭୈରବ ପାଣ୍ଡିଆନ ନିଜକୁ ସୁରକ୍ଷିତ ରଖିବା ପାଇଁ ଏ ଚାଲ୍ ? ଯଦି ତାହା ହୋଇଥାଏ ତେବେ ବିଜେଡି ଓଡ଼ିଶାରୁ ମୂଳପୋଛ ହେବାକୁ ଆଉ ବେଶୀ ସମୟ ନାହିଁ ତାହା ଏଠୁ ସ୍ପଷ୍ଟ ! ତା ସହ ବାବୁ ପାଣ୍ଡିଆନ ଓଡ଼ିଶାବାସୀଙ୍କୁ ଭଣ୍ଡାଇବା ପାଇଁ ଯେଉଁ ଚକ୍ରବିହ୍ୟୁ ରଚିବା ଆରମ୍ଭ କରିଦେଇଛନ୍ତି ନିଜେ ଦିନେ ନା ଦିନେ ଫାସିବେ !

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା