Masthead

ଜୋର ଧରିଲା ପ୍ରାଥମିକ ଚିକିତ୍ସାଳୟ ସ୍ଥାନ ପରିବର୍ତ୍ତନ ଦାବି

ପଟ୍ଟାମୁଣ୍ଡାଇ (ବଡ଼ ଖବର ବ୍ୟୁରୋ): ବାଛରା ପଂଚାୟତରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରାଥମିକ ଚିକିତ୍ସାଳୟ ବାଛରା ପଂଚାୟତ ନିକଟରେ ନିର୍ମାଣ ଆରମ୍ଭ କରାଯାଇଛି । ଏହି ପ୍ରାଥମିକ ଚିକିତ୍ସାଳୟ ସ୍ଥାନ ପରିବର୍ତ୍ତନ ପାଇଁ ମଣ୍ଡପଡା ଓ ବାଛରା ଗ୍ରାମବାସୀମାନେ ଦାବି କରି ନୂତନ ଗୃହ ନିର୍ମାଣକୁ ବିରୋଧ କରିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ ବାଛରା ପଂଚାୟତ ହେଉଛି ୨ଟି ଗ୍ରାମକୁ ନେଇ । ସରକାରଙ୍କ ଦ୍ୱାରା ଯେଉଁ କାର୍ଯ୍ୟକରାଯିବ ତାହା ସମସ୍ତ ଗ୍ରାମବାସୀଙ୍କ କାର୍ଯ୍ୟରେ ଆସିବା ଦରକାର ।

ଗ୍ରାମରେ ପଲ୍ଲିସଭା କରାନଯାଇ ଗ୍ରାମବାସୀଙ୍କ ସହମିତି ନିଆ ନଯାଇ ଛୁଟିଦିନରେ ଏବଂ ୱାର୍ଡମେମ୍ବରଙ୍କ ଅଜାଣତରେ ଗୋଚର ଜାଗାରେ କାମ ଆରମ୍ଭ କରାଯାଇଛି । ଏହି ଘଟଣାକୁ ଗ୍ରାମବାସୀମାନେ ତିବ୍ର ବିରୋଧ କରିବା ସହିତ ସ୍ଥାନୀୟ ତହସିଲଦାର ଓ ବିଡିଓଙ୍କ ସମେତ ବିଭାଗୀୟ ମନ୍ତ୍ରୀ , ସାସଂଦ ଏବଂ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ଏହିବିଷୟରେ ଅବଗତ କରାଇଥିବା ସମାଜସେବୀ ଅଭିରାମ ସାମଲ କହିଛନ୍ତି । ବିଭାଗୀୟ ଅଧିକାରୀମାନେ ଯଦି ସ୍ଥାନ ପରିବର୍ତ୍ତନ କରିବାକୁ ପଦକ୍ଷେପ ନ ନିଅନ୍ତି ଗ୍ରାମବାସୀମାନେ ଅନଶନରେ ବିସିବେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ