Before Header

ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ

0 46

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଖସୁଛି ସଂକ୍ରମଣ । ୨୪ ଘଣ୍ଟା ରାଜ୍ୟରେ ୬,୧୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୪୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୬୬୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଦିନକରେ ୪୧ଜୀବନ ନେଇଛି ମହାମାରୀ କରୋନା । ଋାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୩ହଜାର ୩୫କୁ ବୃଦ୍ଧି ପାଛି । କଟକ ଜିଲ୍ଲାରୁ ସର୍ବାଧିକ ୬୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୪୧୬ଜଣ, ବାଲେଶ୍ୱରରୁ ୧୯୫ ଜଣ, ବରଗଡ଼ରୁ ୧୬୪ ଜଣ, ଭଦ୍ରକରୁ ୨୨୮ଜଣ, ବଲାଙ୍ଗୀରରୁ ୮୩ ଜଣ, ବୌଦ୍ଧରୁ ୧୧୨ଜଣ, କଟକରୁ ୬୪୦ଜଣ, ଦେବଗଡ଼ରୁ ୨୯ ଜଣ, ଢେଙ୍କାନାଳରୁ ୧୨୩ଜଣ, ଗଜପତିରୁ ୩୦ ଜଣ, ଗଞ୍ଜାମରୁ ୯୩ ଜଣ, ଜଗତସିଂହପୁରରୁ ୨୧୮ ଜଣ, ଯାଜପୁରରୁ ୫୬୩ ଜଣ, ଝାରସୁଗୁଡ଼ାରୁ ୮୬ ଜଣ, କଳାହାଣ୍ଡିରୁ ୮୦ ଜଣ, କନ୍ଧମାଳରୁ ୧୪୩ ଜଣ, କେନ୍ଦ୍ରାପଡ଼ାରୁ ୨୧୭ଜଣ, କେଉଁଝରରୁ ୧୫୫ଜଣ, ଖୋର୍ଦ୍ଧାରୁ ୪୯୫ ଜଣ।

କୋରାପୁଟରୁ ୧୮୦ ଜଣ, ମାଲକାନଗିରିରୁ ୧୦୭ଜଣ, ମୟୁରଭଞ୍ଜରୁ ୩୮୪ଜଣ, ନବରଙ୍ଗପୁରରୁ ୧୬୬ ଜଣ, ନୟାଗଡ଼ରୁ ୧୬୧ଜଣ, ନୂଆପଡ଼ାରୁ ୩୬ ଜଣ, ପୁରୀରୁ ୩୯୮ ଜଣ, ରାୟଗଡ଼ାରୁ ୧୦୮ ଜଣ, ସମ୍ୱଲପୁରରୁ ୧୦୩ଜଣ, ସୋନପୁରରୁ ୫୨, ସୁନ୍ଦରଗଡ଼ରୁ ୨୭୨ ଓ ଷ୍ଟେଟ ପୁଲରୁ ୧୦୩କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୧୯ହଜାର ୨୧୪ରେ ପହଂଚିଛି । ସୁସ୍ଥ ହେଲେଣି ୭ଲକ୍ଷ ୩୯ହଜାର ୩୭୬ଜଣ । ୭୬ହଜାର ୭୫୦ ରହିଛି ଆକ୍ଟିଭ୍ କେସ ।

Leave A Reply

Your email address will not be published.