Masthead

ଅଲିମ୍ପିକ୍ସରେ ଇତିହାସ ରଚିଲେ ମୋନିକା ବାତ୍ରା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ପ୍ୟାରିସ ଅଲିମ୍ପିକ୍ସରେ ମୋନିକା ବାତ୍ରା ଟେବୁଲ ଟେନିସରେ ଇତିହାସ ସୃଷ୍ଟି କରିଛନ୍ତି। ୧୬ ରାଉଣ୍ଡରେ ନିଜର ସ୍ଥାନ ନିଶ୍ଚିତ କରିଥିଲେ। ମୋନିକା ବାତ୍ରା ହେଉଛନ୍ତି ପ୍ରଥମ ଭାରତୀୟ ଟେବୁଲ ଟେନିସ ଖେଳାଳି ଯିଏକି ଅଲିମ୍ପିକ୍ସରେ ୧୬ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୩୨ର ରାଉଣ୍ଡରେ ମୋନିକା ଫ୍ରେଞ୍ଚ ପ୍ୟାଡଲର ପ୍ରୀତିକା ପାୱାଡେଙ୍କ ସହ ମୁହାଁମୁହିଁ ହୋଇଥିଲେ। ମୋନିକା ପାୱାଡେଙ୍କୁ କ୍ଲିନ୍‌ସୁଇପ୍‌ କରିଥିଲେ। ଏହା ପରେ ସେ ୧୬ ରାଉଣ୍ଡରେ ନିଜର ସ୍ଥାନ ନିଶ୍ଚିତ କରିଥିଲେ।

ମୋନିକା ବାତ୍ରା ହେଉଛନ୍ତି ପ୍ରଥମ ଭାରତୀୟ ଟେବୁଲ ଟେନିସ ଖେଳାଳି ଯିଏକି ଅଲିମ୍ପିକ୍ସରେ ୧୬ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏହି ବିଜୟରେ ଏକ ବିଶେଷ କଥା ହେଲା ଯେ ମୋନିକା ବିଶ୍ୱ ର଼୍ୟାଙ୍କିଙ୍ଗରେ ୨୮ତମ ସ୍ଥାନରେ ଅଛନ୍ତି ଏବଂ ର଼୍ୟାଙ୍କିଙ୍ଗରେ ମୋନିକାଙ୍କଠାରୁ ଦଶଟି ଉପରେ ଅଛନ୍ତି ପ୍ରୀତିକା ପାୱାଡେ। ଏହାପୂର୍ବରୁ, କୌଣସି ଭାରତୀୟ ମହିଳା ଟେବୁଲ ଟେନିସ ଖେଳାଳି ଅଲିମ୍ପିକ୍ସରେ ୩୨ ରାଉଣ୍ଡରୁ ଅଧିକ ଯାଇପାରି ନ ଥିଲେ। ମୋନିକା ମଧ୍ୟ ଏହି ରେକର୍ଡ ଭାଙ୍ଗିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ