Masthead

ଦରକାର ପଡିଲେ ପୁଣି କଳା କୋର୍ଟ ପିନ୍ଧିବି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦରକାର ପଡିଲେ ପୁଣି କଳା କୋର୍ଟ ପିନ୍ଧିବି । ଏଭଳି କିଛି କହିଥିଲେ କଂଗ୍ରେସ ବିଧାୟକ ଦଳ ନେତା । “ ମମିତାର ମାଆ ପୁଣି କହିଲେ, ଆପଣ ମୋ ପାଇଁ ଲଢ଼ନ୍ତୁ। ଏହା ଆଗରୁ ମୁଁ ଘୋଷଣା କରିଥିଲି ଯେ ଯଦି ଅନୁରୋଧ ଆସେ ତା’ହେଲେ ପୁନର୍ବାର କଳାକୋଟ ପିନ୍ଧିବି ଏବଂ ନ୍ୟାୟ ପାଇଁ ଲଢ଼ିବି।” ଆଜି କଂଗ୍ରେସର କେନ୍ଦ୍ରୀୟ ନେତାଙ୍କ ସହିତ ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ଏହା କହିଛନ୍ତି ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ର। ସେ କହିଛନ୍ତି, ଆଜି ଦ୍ୱିତୀୟ ଥର ପାଇଁ ପୀଡ଼ିତାଙ୍କ ପରିବାର ବର୍ଗ ସହିତ ଆମେ ସମସ୍ତେ ଆଲୋଚନା କଲୁ । ଆଜି ବି କହିଛି ଓ ସେତେବେଳେ ବି କହିଥିଲି ଯେ ନ୍ୟାୟ ପାଇବା ପାଇଁ ସେମାନଙ୍କୁ ଯାହା ସାହାଯ୍ୟ ସହଯୋଗ ଆବଶ୍ୟକ ତାହା କରାଯିବ । ନରସିଂହ କହିଛନ୍ତି, ଏହା ଏକ ବୀଭତ୍ସ ହତ୍ୟାକାଣ୍ଡ.. କେବଳ ଓଡ଼ିଶା ନୁହେଁ, ସାରା ଭାରତ ବର୍ଷରେ ବୋଧହୁଏ ଏହା ଏକ ବିରଳ ଘଟଣା। ଏହି ଘଟଣାରେ ଜଣକୁ ମାରି ଶରୀରକୁ ଖଣ୍ଡ ଖଣ୍ଡ କରି ପୋଡ଼ି ଦିଆଯାଇଛି ।

ଆଉ ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ଏଫ୍‌ଆଇଆର୍‌କୁ ମଧ୍ୟ ବଦଳାଇବାକୁ ଚେଷ୍ଟା କରାଯାଇଛି । ତଦନ୍ତ ପ୍ରକ୍ରିୟାକୁ ଅନେକ ସାଙ୍ଘାତିକ ପ୍ରଶ୍ନ ଉଠାଇଛନ୍ତି ନରସିଂହ । ଡିଆଇଜିଙ୍କ ପ୍ରେସମିଟ୍କୁ ନେଇ ମଧ୍ୟ ଅନେକ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ଡିଆଇଜି କହୁଛନ୍ତି ଯେ ତଦନ୍ତ ପ୍ରାୟ ସରିଗଲାଣି । ଆଉ ତଦନ୍ତର ଆବଶ୍ୟକତା ନାହିଁ। ତା’ମାନେ ୟା ପଛରେ ଯେଉଁମାନେ ଅଛନ୍ତି ଓ ଷଡ଼ଯନ୍ତ୍ର କରିଛନ୍ତି, ସେମାନଙ୍କ ବିରୋଧରେ ଆଉ ତଦନ୍ତ ହେବ ନାହିଁ। ଏହାକୁ ଆମେ ନିନ୍ଦା କରୁଛୁ ।

ବୋଧହୁଏ ଲୋକସେବା ଭବନରୁ ନିର୍ଦ୍ଦେଶାବଳୀ ଆସୁଛି ଓ ସେହି ଅନୁସାରେ ସବୁ କାମ ହେଉଛି ବୋଲି ମଧ୍ୟ ସେ କହିଛନ୍ତି । ପୂର୍ବରୁ ସେ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବି କରୁଥିଲେ । କିନ୍ତୁ ବର୍ତ୍ତମାନ ସେ କହିଛନ୍ତି ଯଦି ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର ନକରୁଛନ୍ତି ତେବେ ନିଜେ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ । ଝିଅର ପରିବାର ଲୋକେ ବହୁତ ଚାପରେ ଥିବା କହିଛି କଂଗ୍ରେସ । ଏହା ସହ ଯଦି ଝିଅର ମା’ଙ୍କ ଚିକିତ୍ସା ଦରକାର କରନ୍ତି ତେବେ ତାଙ୍କର ଚିକିତ୍ସା ପାଇଁ ସବୁ କରିବ ଦଳ ବୋଲି ନରସିଂହ ମିଶ୍ର କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି