Masthead

ଶିକ୍ଷକଙ୍କୁ ଉଠାଇନେଲା ପୋଲିସ, ଧରଣାରେ ଛାତ୍ରଛାତ୍ରୀ

ସୋର (ବଡ଼ ଖବର ବ୍ୟୁରୋ): ଶୁକ୍ରବାର ସୋର ପୌରାଞ୍ଚଳ ରାଧାନାଥ ଉପ୍ରା ବିଦ୍ୟାଳୟରେ ଜଣେ ଛାତ୍ରଙ୍କ ମାଆ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହିତ ଅଶ୍ଳୀଳ ଇଙ୍ଗିତ କରିବାରୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଧାରଣାରେ ବସିଥିଲେ। ଘଟଣାସ୍ଥଳରେ ସୋର ପୁଲିସ ପହଂଚିବା ସହିତ ଉକ୍ତ ମହିଳାଙ୍କୁ ଛାଡ଼ିଦେବାରୁ ଧାରଣାରତ ଶିକ୍ଷକ ଶିକ୍ଷୟତ୍ରୀମାନେ ପୁଲିସକୁ ବିରୋଧ କରିଥିଲେ। ଫଳରେ ପୁଲିସ ଧାରଣାରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ କମିଟି ମେମ୍ବର ଓ ବିଇଓ ଅଫିସର ହେଡ କ୍ଲର୍କଙ୍କୁ ଉଠାଇ ନେଇଥିଲା।

ଯାହାକୁ ବିରୋଧ କରି ଆଜି ସକାଳେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସ୍କୁଲ ଗେଟରେ ତାଲା ପକାଇ ରାସ୍ତା ଉପରେ ବସି ଧାରଣା ଦେବା ସହ ପ୍ରତିବାଦ କରିଥିଲେ। ସ୍କୁଲରୁ ଉକ୍ତ ପିଲାକୁ ଟିସି ଦିଆଯାଉ ନହେଲେ ଆମ ପିଲାଙ୍କୁ ଟିସି ଦିଆଯାଉ ଏବଂ ଆମ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଥାନା କର୍ମଚାରୀଙ୍କୁ ନିଲମ୍ବିତ କରାଯାଉ ବୋଲି ଅଭିଭାବକମାନେ ଦାବି କରିଛନ୍ତି। ପ୍ରଶାସନ ସେମାନଙ୍କ କଥା ନବୁଝିବା ଯାଏଁ ଧାରଣାରୁ ହଟିବେ ନାହିଁ ବୋଲି ପ୍ରକାଶ କରିଛନ୍ତି । ସୋର ନାଗରିକ ମଞ୍ଚ ସମେତ ଅନ୍ୟ ଲୋକମାନେ ଏହାକୁ ସମର୍ଥନ ଜଣାଇଥିବା ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିକଶିତ ଭାରତ ଗଠନରେ ଯୁବଶକ୍ତି ଆମର ମୁଖ୍ୟ ଯୋଦ୍ଧା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଉ ଛୋଟ ସ୍ବପ୍ନ ଦେଖିଲେ ଚଳିବନି….ବଡ଼ ସ୍ବପ୍ନ ଦେଖିବାକୁ ହେବ: ପ୍ରଧାନମନ୍ତ୍ରୀ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ବିକଶିତ ଭାରତ ଗଠନରେ ଯୁବଶକ୍ତି ଆମର ମୁଖ୍ୟ ଯୋଦ୍ଧା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଉ ଛୋଟ ସ୍ବପ୍ନ ଦେଖିଲେ ଚଳିବନି….ବଡ଼ ସ୍ବପ୍ନ ଦେଖିବାକୁ ହେବ: ପ୍ରଧାନମନ୍ତ୍ରୀ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ