Masthead

କେନାଲ ଦୁର୍ନୀତି, ଖସିଗଲେ ବଡ଼ବଡ଼ିଆ!

ସାହାରାପଡ଼ା (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲାର ସାହାରପଡା ବ୍ଳକର ମଲାରପଦା ପଞ୍ଚାୟତର ମନରେଗା ଯୋଜନାରେ କେନାଲ ଖୋଳା ଖବର ବଡ଼ ଖବରରେ ପ୍ରସାରିତ ପରେ ଏହାର ତଦନ୍ତ କରୁଥିଲେ ମନରେଗାର ଲୋକପାଳ ବୃଷଭ ଚନ୍ଦ୍ର ନାଏକ । ତଦନ୍ତ ପରେ ବଡ଼ ଖବରରେ ପ୍ରକାଶିତ ଖବର ସତ୍ୟ ପ୍ରମାଣିତ ହୋଇଛି। କେନାଲ ଖୋଳାରେ ଦୁର୍ନୀତି ହୋଇଥିବା ଲୋକପାଳ ନିଜ ତଦନ୍ତ ରିପୋର୍ଟରେ ସ୍ପଷ୍ଟ କରିଥିବା ସୂଚନା ମିଳିଛି। ସବୁଠାରୁ ବଡ଼ କଥା ଯେ ସରକାରୀ ଜମିରେ କେନାଲ ଖୋଳା ହୋଇଥାଏ।

ହେଲେ ମଲାରପଦା ମହାନ୍ତ ସାହି ଠାରୁ କଣ୍ଡରାବେଡା ପର୍ଯ୍ୟନ୍ତ କୌଣସି ସରକାରୀ ଜମି ନାହିଁ ବୋଲି ଲୋକେ ପ୍ରଶ୍ନ କରିଥିଲେ। ମନରେଗା ନିୟମ ଅନୁସାରେ ଗୋଟିଏ ବର୍ଷରେ ଗୋଟିଏ କାମ ଶେଷ ହୋଇଥାଏ। ଏତେ ବଡ଼ ଦୁର୍ନୀତି ହେବା ସତ୍ବେ ମଧ୍ୟ ଏଠି ତଳ ତଳିଆ କର୍ମଚାରୀ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ନିଆଗଲା ଏବଂ କାହିଁକି ବଡ଼ ବଡ଼ବଡ଼ିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ଗଲା ନାହିଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। କାର୍ଯ୍ୟାନୁଷ୍ଠାନ ହୋଇଥିବା ତଳତଳିଆ କର୍ମଚାରୀମାନେ ଜଣେ ମନରେଗା ଆସିଷ୍ଟାଣ୍ଟ ଆଉ ଜଣେ ଡିଇଓଙ୍କୁ କାର୍ଯ୍ୟରୁ ବହିଷ୍କାର କିମ୍ବା ଅନ୍ୟତ୍ର ବଦଳି ପାଇଁ ସୁପାରିସ ହୋଇଛି।

ସେପଟେ ଜରିମାନା ଆଦାୟ ହୋଇଥିବା ଦୁର୍ନୀତି ଖୋର ଅଫିସରମାନେ ହେଉଛନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ପୁରୁଷୋତ୍ତମ ସାହୁଙ୍କ ଠାରୁ ମାତ୍ର ୧୦ ପ୍ରତିଶତ ଜରିମାନା ଆଦାୟ ହୋଇଥିବା ବେଳେ, କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ରାଉତରାୟଙ୍କ ଠାରୁ ୭୦ ପ୍ରତିଶତ ପୂର୍ବରୁ ଥିବା ଏପିଓ ଦିପକ କୁମାର ବେହେରା ଏବଂ ବର୍ତ୍ତମାନର ଏପିଓ ମୋନାଲିସା ସାମଲଙ୍କ ଠାରୁ ମାତ୍ର ୧୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି ଏବଂ ପୂର୍ବରୁ ଥିବା ପିଓ ପ୍ରମୋଦ କୁମାର ବାରିକଙ୍କ ଠାରୁ ୨୦ ପ୍ରତିଶତ ଜରିମାନା ଦେବାକୁ ସୁପାରିଶ କରାଯାଇଛି।

ସେପଟେ ଖାଲି ଜରିମାନା ଆଦାୟ କଲେ ହେବ ନାହିଁ ଏହି ଦୁର୍ନୀତି ଖୋର ଅଫିସର ମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ମଲାରପଦା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେପଟେ ଯଦି ଏହି ଦୁର୍ନୀତି ଖୋର ଅଫିସରମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ଆମେ ମୋହନ ସରକାରଙ୍କ ପାଖକୁ ଯାଇ ହୋଇଥିବା ଦୁର୍ନୀତି ବାବଦରେ ସବୁ କଥା କହିବୁ ବୋଲି କହିଛନ୍ତି ମଲାରପଦା ଗ୍ରାମବାସୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା