Masthead

‘ସ୍ୱାଧୀନ ସକାଳର ପ୍ରଥମ ଚା’ ୧୭ ମାସ ପରେ..

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ଆମ ଆଦମୀ ଦଳର ନେତା ମନୀଷ ସିସୋଦିଆଙ୍କୁ ଶୁକ୍ରବାର ଏକ୍ସାଇଜ ପଲିସି ମାମଲାରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୧୭ ମାସ ପରେ ସିସୋଡିଆ ଜେଲରୁ ବାହାରିଛନ୍ତି। ଆଜି ପୂର୍ବତନ ଶିକ୍ଷା ମନ୍ତ୍ରୀ ତାଙ୍କ ପତ୍ନୀ ସୀମା ସିସୋଦିଆଙ୍କ ସହ ଚା’ ପିଇବାର ଏକ ଫଟୋ ଶସୟାର କରିଛନ୍ତି। ସେ ଆଜି ସକାଳୁ ନିଜ ପତ୍ନୀଙ୍କ ସହ ବସି ଚା’ ପିଇଛନ୍ତି। ଏଥିସହ ଏକ ଭାବୁକ ପୋଷ୍ଟ ମଧ୍ୟ ଲେଖିଛନ୍ତି। ମନୀଷ ସିସୋଦିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ‘ସ୍ୱାଧୀନ ସକାଳର ପ୍ରଥମ ଚା’ ୧୭ ମାସ ପରେ!

ସେହି ସ୍ୱାଧୀନତା ଯାହା ସମ୍ବିଧାନ ଆମ ସମସ୍ତ ଭାରତୀୟଙ୍କୁ ବଞ୍ଚିବାର ଅଧିକାରକୁ ଗ୍ୟାରେଣ୍ଟି ରୂପେ ଦେଇଛି। ସେହି ସ୍ୱାଧୀନତା ଯାହା ଖୋଲା ଆକାଶ ତଳେ ନିଶ୍ୱାସ ନେବାକୁ ଆମକୁ ଈଶ୍ୱର ଦେଇଛନ୍ତି।’ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ମନୀଷ ସିସୋଦିଆ ଦେଢ଼ ବର୍ଷ ହେବ ଜେଲରେ ଥିଲେ। ଗତକାଲି ସେ ୧୭ ମାସ ପରେ ତିହାର ଜେଲରୁ ବାହାରିଥିଲେ। ଏହାପରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପତ୍ନୀ ସୁନୀତା କେଜ୍ରିଓ୍ୱାଲ ଓ ତାଙ୍କ ବାପା-ମା’ଙ୍କୁ ଭେଟିଥିଲେ। ଏହି ସମୟରେ ସୁନୀତା କେଜ୍ରିୱାଲ ମନୀଷ ସିସୋଦିଆଙ୍କୁ ଭେଟିବା ପରେ ଭାବୁକ ହୋଇପଡିଥିଲେ। ମନୀଷ ସିସୋଦଆ କେଜ୍ରିୱାଲଙ୍କ ବାପା-ମା’ଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଏହି ସମୟ ମଧ୍ୟରେ ସେ ଦିଲ୍ଲୀ ସରକାରର ମନ୍ତ୍ରୀ ଏବଂ ବିଧାୟକଙ୍କୁ ମଧ୍ୟ ଭେଟିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା