Masthead

‘ମୋଦିଙ୍କ ପାଖେ ସର୍ବଦା କୃତଜ୍ଞ ରହିବି’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପୁଅ ସଜିବ ୱାଜେଡ ଆନନ୍ଦ ଆମେରିକାରୁ ଏକ ଭିଡିଓ ଭାଇରାଲ କରିଛନ୍ତି ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ଭିଡିଓ ବାର୍ତ୍ତାରେ ଶେଖ ହାସିନାଙ୍କ ପୁଅ ସାଜିବ ୱାଜେଡ ଆନନ୍ଦ କହିଛନ୍ତି ଯେ, ମୋର ମା’ (ଶେଖ ହସିନା)ଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ତୁରନ୍ତ ପଦକ୍ଷେପ ପାଇଁ ମୋର ବ୍ୟକ୍ତିଗତ କୃତଜ୍ଞତା ରହିଛି। ମୁଁ ତାଙ୍କ ପାଖରେ ସର୍ବଦା କୃତଜ୍ଞ କରିବି।

ସେ କହିଛନ୍ତି, ମୋର ଦ୍ୱିତୀୟ ବାର୍ତ୍ତା ହେଉଛି ଭାରତ ବିଶ୍ୱରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଉଚିତ୍‌ ଏବଂ ଅନ୍ୟ ବିଦେଶୀ ଶକ୍ତିମାନଙ୍କୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଦିଅନ୍ତୁ ନାହିଁ । ଆନନ୍ଦ କହିଛନ୍ତି ଯେ, ବାଂଲାଦେଶ ଭାରତର ପଡୋଶୀ ଦେଶ। ଏହା ହେଉଛି ଭାରତର ପୂର୍ବ ଭାଗ। ଶେଖ ହସିନା ଏବେ ଭାରତର ଆଶ୍ରୟ ନେଇଛନ୍ତି। ତେବେ ବାଂଲାଦେଶରେ ଏପରି ହିଂସାକାଣ୍ଡ କେମିତି ଘଟିଲା? ହସିନାଙ୍କ ପୁଅ କହିଛନ୍ତି ଯେ, ଏହି ହିଂସାକାଣ୍ଡ ପଛରେ ବିଦେଶୀ ହାତ ରହିଛି। ବିଦେଶୀ ଗୁଇନ୍ଦା ସଂସ୍ଥା ଏପରି ହିଂସାକାଣ୍ଡକୁ ପ୍ରୋତ୍ସାହିତ କରିଛନ୍ତି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ସେ ପରୋକ୍ଷରେ ଇସାରା କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’