Masthead

‘ମୋଦିଙ୍କ ପାଖେ ସର୍ବଦା କୃତଜ୍ଞ ରହିବି’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପୁଅ ସଜିବ ୱାଜେଡ ଆନନ୍ଦ ଆମେରିକାରୁ ଏକ ଭିଡିଓ ଭାଇରାଲ କରିଛନ୍ତି ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ଭିଡିଓ ବାର୍ତ୍ତାରେ ଶେଖ ହାସିନାଙ୍କ ପୁଅ ସାଜିବ ୱାଜେଡ ଆନନ୍ଦ କହିଛନ୍ତି ଯେ, ମୋର ମା’ (ଶେଖ ହସିନା)ଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ତୁରନ୍ତ ପଦକ୍ଷେପ ପାଇଁ ମୋର ବ୍ୟକ୍ତିଗତ କୃତଜ୍ଞତା ରହିଛି। ମୁଁ ତାଙ୍କ ପାଖରେ ସର୍ବଦା କୃତଜ୍ଞ କରିବି।

ସେ କହିଛନ୍ତି, ମୋର ଦ୍ୱିତୀୟ ବାର୍ତ୍ତା ହେଉଛି ଭାରତ ବିଶ୍ୱରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଉଚିତ୍‌ ଏବଂ ଅନ୍ୟ ବିଦେଶୀ ଶକ୍ତିମାନଙ୍କୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଦିଅନ୍ତୁ ନାହିଁ । ଆନନ୍ଦ କହିଛନ୍ତି ଯେ, ବାଂଲାଦେଶ ଭାରତର ପଡୋଶୀ ଦେଶ। ଏହା ହେଉଛି ଭାରତର ପୂର୍ବ ଭାଗ। ଶେଖ ହସିନା ଏବେ ଭାରତର ଆଶ୍ରୟ ନେଇଛନ୍ତି। ତେବେ ବାଂଲାଦେଶରେ ଏପରି ହିଂସାକାଣ୍ଡ କେମିତି ଘଟିଲା? ହସିନାଙ୍କ ପୁଅ କହିଛନ୍ତି ଯେ, ଏହି ହିଂସାକାଣ୍ଡ ପଛରେ ବିଦେଶୀ ହାତ ରହିଛି। ବିଦେଶୀ ଗୁଇନ୍ଦା ସଂସ୍ଥା ଏପରି ହିଂସାକାଣ୍ଡକୁ ପ୍ରୋତ୍ସାହିତ କରିଛନ୍ତି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ସେ ପରୋକ୍ଷରେ ଇସାରା କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା