Masthead

ଚୋରି ସାମଗ୍ରୀ ଭାଗବଣ୍ଟା ଚାଲିଥିଲା, ପହଞ୍ଚିଗଲା ପୋଲିସ

ସୋର, (ବଡ଼ ଖବର ବ୍ୟୁରୋ): ଚୋରି ଗହଣା ହେଲା କାଳ। ଚୋରି ଗହଣା ଭାଗବଣ୍ଟା ଛିଣ୍ଡିଲାନି। ଶେଷରେ ମାଡ଼ଗୋଳ ଲାଗି ପୋଲିସ ହାତରେ ଧରାପଡିଲେ ୩ ଚୋର। ସୂଚନା ଅନୁସାରେ ସୋମବାର ବାଲେଶ୍ୱର ଜିଲ୍ଲା ସୋର ଥାନା କେଦାରପୁର ପଞ୍ଚାୟତ ନୂଆହାଟ ଥାନେଶ୍ୱର ଗ୍ରାମର ଜଗବନ୍ଧୁ ବେହେରାଙ୍କ ଘରେ କେହି ନ ଥିବା ସୁଯୋଗ ନେଇ ଘର ପଛପଟ ଗ୍ରିଲ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ସହ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ଜଗବନ୍ଧୁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ବେଳେ ଚୋରି ହୋଇଥିବା ଘରଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ଏକ ପୋଖରୀ ନିକଟରେ ଚୋରମାନେ ଚୋରି କରିଥିବା ଗହଣାର ଭାଗବଣ୍ଟା ପାଇଁ ଝଗଡ଼ା ଲାଗିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ୩ ଚୋରଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ କରିଥିଲା ପୋଲିସ। ପୋଲିସ ହାତରେ ଧରାପଡ଼ିଥିବା ଚୋରମାନେ ହେଲେ ସାଣ୍ଟପଡ଼ା ଗ୍ରାମର ସରୋଜ ପାତ୍ର, ମନୋଜ ପାତ୍ର ଓ ବାଣିସିଆ ଗ୍ରାମର ଗଗନ ଜେନା। ଏମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ