ଅନ୍ୟ ଜାତିରେ ବାହା ହେବାରୁ କୂଳରୁ ବାସନ୍ଦ

ଗୁଣୁପୁର (ବଡ଼ ଖବର ବ୍ୟୁରୋ): ଅନ୍ୟ ଜାତିରେ ବାହା ହେଲେ ବୋଲି କୂଳରୁ ବାସନ୍ଦ ହେଲେ । ଏହି ଭଳି ଅଭିଯୋଗ ଦେଖିବାକୁ ମିଳିଛି ଗୁଡ଼ାରୀରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଗୁଣପୁର ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ପଦ୍ମପୁର ଅଂଚଳର କୂଳରୁ ବାସନ୍ଦ ହୋଇଥିବା ୮ ଗୋଟି ପରିବାର । ରାୟଗଡା ଜିଲ୍ଲା ପଦ୍ମପୁର ଗ୍ରାମର କିଛି ତେଲି ସମ୍ପ୍ରଦାୟର ପରିବାର ଆଜି ଗୁଡ଼ାରୀ ବ୍ଲକରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ପ୍ରକୋଷ୍ଠରେ କୂଳରୁ ବାସନ୍ଦ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।

ଜାତିରେ ବାହା ହେଲେ ଆମକୁ ଆମ ଗ୍ରାମର ‘ଆର୍ଯ୍ୟ ତୈଳିକ ବୈଶ୍ୟ ସମାଜ’ କୂଳରୁ ବାସନ୍ଦ କରୁଛି ବୋଲି ଅଭିଯୋଗ କରିଛନ୍ତି । ବାସନ୍ଦ ହୋଇଥିବା ପରିବାରଙ୍କ ସହ ଅନ୍ୟ ସମ୍ପର୍କୀୟ ସମ୍ପର୍କ ରଖିଲେ କୂଳରୁ ବାସନ୍ଦ ହେବାର ଭୟ ଦେଖାଉଛି । ଏମିତି କି ଗ୍ରାମର କିଛି ସାମାଜିକ କାର୍ଯ୍ୟକ୍ରମ କିମ୍ବା ଗ୍ରାମର କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ଆମକୁ ତୈଳିକ ସମାଜ ପକ୍ଷରୁ ବାରଣ କରାଯାଉଛି । ଫଳରେ ବର୍ଷ ବର୍ଷ ଧରି ଗ୍ରାମର ୧୫ ରୁ ୨୦ ପରିବାର କୂଳରୁ ବାସନ୍ଦ ହୋଇ ଭୟରେ ମୁହଁ ଖୋଲୁନାହାନ୍ତି ।

ଆର୍ଯ୍ୟ ତୈଳିକ ବୈଶ୍ୟ ସମାଜର ପ୍ରଥା ଯୋଗୁଁ ଆମେ ଓ ଆମ ପରିବାରବର୍ଗ ଶାରୀରିକ ଓ ମାନସିକ ଭାବେ ନିର୍ଯାତନାର ଶିକାର ହେଉଛୁ । ଏହି ଭଳି ସାମାଜିକ ବ୍ୟାଧି ଗଞ୍ଜାମ ଠାରୁ ଆରମ୍ଭ କରି ମାଲକାନଗିରି ଯାଏ ବ୍ୟାପିଛି । ପ୍ରଶାସନ ଘଟଣାକୁ ଗୁରୁତର ସହ ଗ୍ରହଣ କରି କୂଳରୁ ବାସନ୍ଦ ହୋଇଥିବା ପରିବାରଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ନିବେତନ କରିଛନ୍ତି କୂଳରୁ ବାସନ୍ଦ ହୋଇଥିବା ପରିବାର ସଦସ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ