Masthead

ଶ୍ରୀମନ୍ଦିର ଭିଡ଼ ନିୟନ୍ତ୍ରଣ କରିବ ଏଆଇ, ମୋବାଇଲ ଥିଲେ ଅଟୋମେଟିକ ଜଣାଇବ କ୍ୟାମେରା

ପୁରୀ (ବଡ଼ ଖବର ବ୍ୟୁରୋ):  ଶ୍ରୀମନ୍ଦିର ଭିଡ଼ ନିୟନ୍ତ୍ରଣ କରିବ ଏଆଇ। ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ଉପଯୋଗ କରି ଅତ୍ୟାଧୁନିକ ଫୁଟଫଲ କାଉଣ୍ଟିଂ ସିଷ୍ଟମ (ଏଫ୍ଏଫ୍ସିଏସ୍) ସ୍ଥାପନ କରିବାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପଦକ୍ଷେପ ନେଇଛି । ଶ୍ରୀମନ୍ଦିର ଭିତରେ ଓ ବାହାରେ ଏହି ଟେକ୍ନୋଲେଜି ବ୍ୟବହାର କରାଯିବ । ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ଲକ୍ଷ୍ୟରେ ଏହି ଏଫ୍ଏଫ୍ସିଏସ୍ ସ୍ଥାପନ କରାଯାଉଥିବା ଜଣାପଡ଼ିଛି । ଏହି ଅତ୍ୟାଧୁନିକ ବ୍ୟବସ୍ଥା ଉପଯୋଗ କରି ଶ୍ରୀମନ୍ଦିରର ପ୍ରାୟ ୧୪ଟି ସ୍ଥାନରେ ଲାଗିବାକୁ ଥିବା ଏଆଇ କ୍ୟାମେରା କାହା ହାତରେ କ’ଣ ରହିଛି ତାହାର ସୂଚନା ତୁରନ୍ତ ପ୍ରଶାସନ ନିକଟରେ ପହଞ୍ଚାଇଦେବ । ଫଳରେ ଶ୍ରୀମନ୍ଦିରରେ ନିଷିଦ୍ଧ ସାମଗ୍ରୀ ଜବତ ସହଜରେ ହୋଇପାରିବ । ଏହି ଅତ୍ୟାଧୁନିକ ବ୍ୟବସ୍ଥା ପ୍ରତିଦିନ କେତେ ସଂଖ୍ୟକ ଶ୍ରଦ୍ଧାଳୁ ଠାକୁର ଦର୍ଶନ କରିବାକୁ ଆସୁଛନ୍ତି ତାହା ଗଣତି କରିବ ।

ଏଥିସହ ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଭିଡିଓ ଉତ୍ତୋଳନ କରି ରଖିବ । ଯାହାକୁ ଆବଶ୍ୟକ ବେଳେ ଅତି ଆରାମରେ ନିରୀକ୍ଷଣ କରାଯାଇପାରିବ । କେତେ ସଂଖ୍ୟକ ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ଭିତରକୁ ଯାଇଛନ୍ତି ଓ କେତେ ସଂଖ୍ୟକ ଶ୍ରଦ୍ଧାଳୁ ଠାକୁର ଦର୍ଶନ ଅପେକ୍ଷାରେ ଅଛନ୍ତି ତାହା ତୁରନ୍ତ ଏହି ବ୍ୟବସ୍ଥା ସୂଚନା ଦେଇପାରିବ । ଯାହା ଠାକୁର ଦର୍ଶନ ସମୟ ନିର୍ଘଣ୍ଟରେ ଓ ଭିଡ଼ ହ୍ରାସରେ ସହାୟକ ହେବ ପ୍ରଶାସନ ଆଶା ରଖିଛି । ଏନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଗଣମାଧ୍ୟମକୁ କହିଛନ୍ତି, ଏବେ ଶ୍ରୀମନ୍ଦିର ଚାରିଦ୍ୱାରରୁ ଭକ୍ତମାନେ ପ୍ରବେଶ କରୁଛନ୍ତି । ସାତପାହାଚ ପାଖରେ ଜମୁଥିବା ଭିଡ଼କୁ ନିୟନ୍ତ୍ରଣ କରିବା ନିମନ୍ତେ ଅତ୍ୟାଧୁନିକ ଟେକ୍ନୋଲୋଜିକୁ ବ୍ୟବହାର କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଇଛି ।

ଶ୍ରୀମନ୍ଦିର ଭିତର ୧୩ଟି ସ୍ଥାନ ଯଥା ଚାରିଦ୍ୱାର ଗୁମୁଟ, ବାଇଶି ପାହାଚ, ବିଭିନ୍ନ ଚକଡ଼ା, ବିଭିନ୍ନ ପାହାଚ ଥିବା ସ୍ଥାନରେ ଏହି ବ୍ୟବସ୍ଥା କରାଯିବ । ଯେକେହି ଶ୍ରୀମନ୍ଦିର ଭିତରେ ହାତରେ ମୋବାଇଲ୍ କିମ୍ବା ଅନ୍ୟ କୌଣସି ଜିନିଷ ଧରିଥିଲେ ଏହାକୁ ଏଆଇ ଉପଯୋଗୀ କ୍ୟାମେରା ତୁରନ୍ତ ଜଣାଇଦେବ । ଟେକ୍ନୋଲୋଜିକୁ ବ୍ୟବହାର କରି ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି ବୋଲି ଜିଲ୍ଲାପାଳ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ