ସ୍ୱାସ୍ଥ୍ୟ ବିଭାଗର ଦାରୁଣ ଚିତ୍ର

ଶୁଳିଆପଦା (ବଡ଼ ଖବର ବ୍ୟୁରୋ): ସ୍ୱାସ୍ଥ୍ୟ ବିଭାଗର ଦାରୁଣ ଚିତ୍ର । ଆହତ ପତ୍ନୀଙ୍କୁ ପଲିଥିନ ଘୋଡେଇ ଟ୍ରଲିରେ ଟାଣି ଟାଣି ଡାକ୍ତରଖାନା ନେଲେ ସ୍ୱାମୀ । ବର୍ଷା ସମୟରେ ନିଜ ଅସୁସ୍ଥ ପତ୍ନୀଙ୍କୁ ପଲିଥିନ ଘୋଡ଼ାଇ ଟ୍ରଲିରେ ଟାଣି ଟାଣି ନେବା ଦୃଶ୍ୟ ମୟୂରଭଞ୍ଜ ରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏଭଳି ଅଭାବନୀୟ ଘଟଣା ଦେଖିବାପାଇଁ ମିଳିଛି ଶୁଳିଆପଦା ବ୍ଲକର ଉଫାଲଗଡିଆ ପଞ୍ଚାୟତର ଭଣ୍ଡାରିଶୋଳ ଗ୍ରାମରେ ।

ଗ୍ରାମର ବିଶ୍ଵନାଥ ହାଁସଦାଙ୍କ ପତ୍ନୀ ପାଖ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇ ଏକ ଖାଲରେ ପଡିଯାଇଥିଲେ। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନା ନେବା ପାଇଁ କାହାରି ସହାୟତା ପାଇ ନଥିଲେ । ବୃଦ୍ଧ ଜଣକ ତୁରନ୍ତ ଏକ ଟ୍ରଲିରେ ୭ କିଲୋମିଟର ଚିକିତ୍ସା ପାଇଁ ନେଇଥିଲେ । ଲଗାଣ ବର୍ଷାରେ କାଳେ ସ୍ତ୍ରୀଙ୍କ ଦେହ ଆହୁରି ଅସୁସ୍ଥ ହୋଇଯିବ ବୋଲି ଦେହ ସାରା ଜରି ଗୁଡ଼ାଇ ଟ୍ରଲିକୁ ଟାଣିଟାଣି ଡାକ୍ତରଖାନା ଆସିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’