ଗିରଫ ଦାବିରେ ଥାନା ଘେରଉ

ପାରାଦୀପ (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଭୁଶୁଡି ପଡିଛି ଆଇନ ଶୃଙ୍ଖଳା ପରିସ୍ଥିତି। ୨୪ ବର୍ଷ ହେଲା ଯେଉଁ ପୋଲିସ ଯେ କୌଣସି ଘଟଣାରେ ସଙ୍ଗେ ସଙ୍ଗେ ଆକ୍ସନ ନେଉଥିଲା ଆଜି ସେହି ପୋଲିସ ନିଷ୍କ୍ରିୟ ହୋଇଯାଇଛି। ତେଣୁ ବାଧ୍ୟ ହୋଇ ଥାନା ଘେରାଉ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ପ୍ରକାଶ କରିଛନ୍ତି। ଗତ ୧୪ ତାରିଖରେ ପାରାଦୀପ ପୌରପରିଷଦର ଉପାଧ୍ୟକ୍ଷା ଛବିଲତା ରାଉତ ଓ ତାଙ୍କ ସ୍ୱାମୀ ନଗେନ୍ଦ୍ର ରାଉତଙ୍କ ଉପରେ କିଛି ଅସାମାଜିକ ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ।

ଏପରିକି ଯୁବକମାନେ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ଉକ୍ତ ଯୁବକମାନେ ଖୁଲମଖୁଲା ବୁଲୁ ଥିବାବେଳେ ପୋଲିସ ଏ ପର୍ଯ୍ୟନ୍ତ ସେମାନଙ୍କୁ ଗିରଫ କରୁନାହିଁ। ଯାହାକୁ ବିରୋଧ କରିଛି ପାରାଦୀପ ବିଜେଡି କର୍ମୀ ଏକ ବିଶାଳ ରାଲିରେ ପାରାଦୀପ ମାର୍କେଟ ପରିକ୍ରମା କରିବା ସହିତ ଆଦର୍ଶ ଥାନା ଘେରାଉ କରିଥିଲେ। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ସେମାନଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିଛି।

ତେବେ ବିଜେଡି ଦଳ ପକ୍ଷରୁ କରାଯାଇଥିବା ଏହି ଥାନା ଘେରାଉରେ ପୌରାଧ୍ୟକ୍ଷ ତଥା ପାରାଦୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ବାଳଙ୍କୁ ଦେଖିବାକୁ ମିଳିନଥିଲା। ଯାହାକୁ ନେଇ ପ୍ରଶ୍ନ କରିବାରୁ ବର୍ତ୍ତମାନ ବିଜେଡିର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଛି। ଦୁଇଦିନ ମଧ୍ୟରେ ଆମର ୧୫ ଜଣିଆ କମିଟି ବୈଠକ ପରେ ନୂତନ କମିଟି ତିଆରି ହେବ ବୋଲି ସମ୍ବିତ ରାଉତରାୟ ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ