Masthead

ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏସୀୟ କ୍ରୀଡ଼ା; ଆଜି ପୁରୁଷ କ୍ରିକେଟ୍‌ ଫାଇନାଲ୍‌ରେ ମହା ମୁକାବିଲା। ସ୍ୱର୍ଣ୍ଣ ପଦକ ହାସଲ କରିବା ପାଇଁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ସିଧାସଳଖ ଲଢ଼େଇ। ଏସୀୟ କ୍ରୀଡ଼ା ଇତିହାସରେ ପ୍ରଥମ ଥର ପାଇଁ କ୍ରିକେଟ୍ ମଇଦାନରେ ଦୁଇ ଦେଶ ମୁହାଁମୁହିଁ ହେବାକୁ ଯାଉଥିବାରୁ ସାରା ବିଶ୍ୱର କ୍ରିକେଟ୍ ପ୍ରେମୀଙ୍କ ନଜର ଏହି ହାଇ-ଭୋଲଟେଜ୍ ମ୍ୟାଚ୍ ଉପରେ ରହିଛି। ଆଜି ସକାଳ ୧୦.୩୦ରୁ ଏହି ଗ୍ରାଣ୍ଡ ଫାଇନାଲ୍ ଆରମ୍ଭ ହେଉଥିବା ବେଳେ, ଏହା ପୂର୍ବରୁ ସକାଳ ୫.୩୦ରୁ ବ୍ରୋଞ୍ଜ ପଦକ ପାଇଁ ଶ୍ରୀଲଙ୍କା ଓ ବାଂଲାଦେଶ ସାମ୍ନାସାମ୍ନି ହେବେ। ରେକର୍ଡ ଓ ସାମ୍ପ୍ରତିକ ଫର୍ମକୁ ଦେଖିଲେ ଟିମ୍ ଇଣ୍ଡିଆର ପଲା ବେଶ୍ ଭାରି ରହିଛି। T20 ଫର୍ମାଟରେ ଉଭୟ ଦଳ ୧୭ ଥର ଭେଟାଭେଟି ହୋଇଥିବା ବେଳେ ଭାରତ ୧୪ଟି ମ୍ୟାଚ୍‌ରେ ବିଜୟୀ ହୋଇଛି।

ଭାରତୀୟ ଦଳରେ ବୈଭବ ସୂର୍ଯ୍ୟବଂଶୀ, ଇଶାନ କିଷନ୍‌, ଅଭିଷେକ ଶର୍ମା, ସଞ୍ଜୁ ସାମସନ୍‌ଙ୍କ ଭଳି ବିସ୍ଫୋରକ ବ୍ୟାଟରଙ୍କ ସହ ଯଶପ୍ରୀତ ବୁମ୍ରା, ଅକ୍ଷର ପଟେଲ ଓ ୱାସିଂଟନ ସୁନ୍ଦରଙ୍କ ଭଳି ଘାତକ ବୋଲର ରହିଛନ୍ତି। ସେପଟେ ସାହିବଜାଦା ଫରହାନଙ୍କ ନେତୃତ୍ୱରେ ପାକିସ୍ତାନର ଯୁବ ଦଳ ଭାରତକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ। ଇଶାନ କିଷନଙ୍କ ଉପରେ ସମସ୍ତଙ୍କ ନଜର ରହିବ। ପୂର୍ବ ମ୍ୟାଚରେ ବିଫଳ ହୋଇଥିବା ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ଫର୍ମକୁ ଫେରିଲେ ଦଳର ବିଜୟ ସହଜ ହେବ। ସେହିପରି ବୋଲିଂ ବିଭାଗ ଦୃଢ଼ ରହିଛି। ପେସ୍ ବୋଲର ଯଶପ୍ରୀତ ବୁମରା,ସ୍ପିନର ଅକ୍ଷର ପଟେଲ ଓ ୱାସିଂଟନ ସୁନ୍ଦର ପାକିସ୍ତାନ ବ୍ୟାଟରଙ୍କ ପାଇଁ ଆହ୍ବାନପୂର୍ଣ ହେବେ। ଓପନର ସାହିବଜାଦା ଫରହାନଙ୍କ ନେତୃତ୍ୱରେ ପାକିସ୍ତାନ ମଇଦାନକୁ ଓହ୍ୱାଇବ । ଏସିଆଡରେ ତାଙ୍କର ପ୍ରଦର୍ଶନ ଉଚ୍ଚକୋଟୀର ରହିଛି। ଗତ ଏସିଆ କପରେ ସେ ଭାରତ ବିପକ୍ଷରେ ୩ଟି ମ୍ୟାଚ୍ ଖେଳି ଯଥାକ୍ରମେ ୫୭,୫୮,୪୦ରନ୍ ସଂଗ୍ରହ କରିଥିଲେ । ସେହିପରି ଦଳରେ ସାଏମ୍ ଆୟୂବ,ଅବଦୁଲ ସମଦଙ୍କ ଭଳି ଦକ୍ଷ ବ୍ୟାଟର ରହିଛନ୍ତି। ସ୍ପିନର ଅବରାର ଅହମ୍ମଦ ଭାରତୀୟ ବ୍ୟାଟରଙ୍କ ପାଇଁ ବିପଦଜ୍ଜନକ ସାବ୍ୟସ୍ତ ହୋଇପାରନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ