Masthead

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ହେବ ବଡ଼ ହଲଚଲ

ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ରରେ ହେବାକୁୁ ଯାଉଛି ବଡ଼ ହଲଚଲ । ଓଲଟି ଯିବ ଖେଳ । ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଓଲଟପାଲଟ ହେବାକୁ ଯାଉଛି। ଶିବସେନା-ୟୁବିଟି ସାଂସଦ ସଞ୍ଜୟ ରାଉତ ଏକ ବଡ଼ ଦାବି କରିଛନ୍ତି ଏବଂ ମହା ବିକାଶ ଆଗାଡି(ଏମଭିଏ)ସହ ଅନେକ ନେତା ସମ୍ପର୍କରେ ଅଛନ୍ତି । ସେ କହିଛନ୍ତି ମହାୟୁତୀ (ବିଜେପି, ଶିବସେନା, ଏନସିପି) ର ବଡ ନେତାମାନେ ଏମଭିଏରେ ଯୋଗଦେବେ। ଏନସିପି ନେତା ଏକନାଥ ଖଡସେ ବିଜେପିକୁ ଫେରିଥିଲେ ମଧ୍ୟ ସେ ଅଭିଯୋଗ କରିଛନ୍ତି କିଛି ଲୋକଙ୍କ ବିରୋଧ ଯୋଗୁ ତାଙ୍କ ବିଜେପିରେ ଯୋଗଦେବାର ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ।

ସେ ଏହା ମଧ୍ୟ କହିଛନ୍ତି, ମୁଁ ଏବେ ବି ଶରଦ ପାୱାରଙ୍କ ନେତୃତ୍ୱରେ ଦଳର ସଦସ୍ୟ ଏବଂ ମୁଁ ମଧ୍ୟ ଏହାର ବିଧାୟକ। ମୋର ଇସ୍ତଫା ଗ୍ରହଣ କରାଯାଇ ନାହିଁ। କିଛି ଦିନ ଅପେକ୍ଷା କରିବା ପରେ ଯାଇ କୌଣସି ନିଷ୍ପତ୍ତି ନେବେ। ନିର୍ବାଚନ ପୂର୍ବରୁ ମହାୟୁତୀ ଦଳର ନେତାଙ୍କ ଇସ୍ତଫା ପ୍ରକ୍ରିୟା ଜାରି ରହିଛି। ଶରଦ ପାୱାର ଦଳରେ ବିଜେପି ନେତା, ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟକାନ୍ତ ପାଟିଲ ଏବଂ ମାଦଭରାଓ କିହ୍ଲାରକର ଯୋଗ ଦେଇଥିଲେ।

ଏଥି ସହ ସୋଲାପୁରର ବସନ୍ତ ଦେଶମୁଖ ମଧ୍ୟ ଶରଦ ପାୱାରଙ୍କ ପାର୍ଟିରେ ଯୋଗଦେବାକୁ ଘୋଷଣା କରିଥିଲେ। ଅଜିତ ପାୱାର ଗୋଷ୍ଠୀର ରାମରାଜ ନିମ୍ବଲକର ମଧ୍ୟ ଦଳ ଛାଡିବାର ସମ୍ଭାବନା ରହିଛି। ଜୁଲାଇ ମାସରେ, ପିମ୍ପଲି-ଚିଞ୍ଚୱାଡର ୨୦ରୁ ଅଧିକ ଏନସିପି କାର୍ଯ୍ୟକର୍ତ୍ତା ଶରଦ ପାୱାର ଦଳରେ ଯୋଗ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି