Masthead

ବିଜେଡି ପାଇଁ ବୁମାରିଂ ନିଜ ପ୍ଲାନ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ବିଜେଡିକୁ ପଡିଛି ଭାଳେନି, ହୋଇଯିବ ଶଙ୍ଖ ଦଳ ଶ୍ରୀହୀନ । ରାଜ୍ୟରେ ପୁଟୁଛି ପଦ୍ମ ଫାଟୁଛି ଶଙ୍ଖ । ଧିରେ ଧିରେ ବିଜେପିରେ ଲିନ ହେବାକୁ ଯାଉଛି କି ବିଜେଡି ? ଯାହାର ଆରମ୍ଭ ହେଲାଣି ପ୍ରକ୍ରିୟା । ମମତା ମହନ୍ତଙ୍କ ପରେ ଏବେ ସୁଜିତ କୁମାର । ଗୋଟେ ପରେ ଗୋଟେ ରାଜ୍ୟସଭା ସାସଂଦ ନବୀନଙ୍କୁ ଛାଡି ଏବେ ମନମୋହନଙ୍କ ଶିବିର ମୁହାଁ ହୋଇଛନ୍ତି । ଲୋକସଭାରୁ ହେଲେ ଶୂନ୍ୟ ଏବେ ରାଜ୍ୟସଭାରୁ ମୂଳପୋଛ ହେବାକୁ ଯାଉଛି କି ବିଜେଡି ? ଅଣ ଓଡ଼ିଆଙ୍କ ହାତରେ ବିଜେଡିର ଡୋରିକୁ ଆଉ ସହ୍ୟ କରିପାରୁନାହାନ୍ତି ଦଳୀୟ ନେତୃତ୍ୱ । ହଁରେ ହଁ ମିଶାଇ ଆଶୁଥିବା ନେତା ଏବେ ମମତା ଓ ସୁଜିତଙ୍କ ରାସ୍ତାକୁ ଯିବା ପାଇଁ ଗୋଡକାଢି ଅନାଇ ବସିଛନ୍ତି । ସୁଯୋଗ ମିଳିଲେ ମାରିବେ ଲମ୍ଫ । ସାସଂଦଙ୍କ ପରେ ବିଧାୟକ ନେଇପାରନ୍ତି ନିସ୍ପତ୍ତି । ରାଜ୍ୟସଭା ପରି ହୁଏତ ନ ହୋଇପାରେ ବିଧାନସଭା ଷ୍ଟ୍ରାଟେଜି ।

ନୂଆ ତରିକା ଆପଣାଇ ପାରନ୍ତି ବିଜେଡି ନେତା । ଜଣେ ଯଦି ବିଧାୟକ ଦଳ ଛାଡେ ତେବେ ଲାଗୁ ହୋଇପାରେ ଦଳ ବିରୋଧି ଆଇନ ଆଉ ଯାଇପାରେ ନିଜର ବିଧାନସଭା ସଦସ୍ୟତା । ତେଣୁ ସେଥିରୁ ବର୍ତ୍ତିବା ପାଇଁ ନେଇପାରନ୍ତି କଠୋର ନିଷ୍ପତ୍ତି । ଦଳ ବିରୋଧିକାର୍ଯ୍ୟ କରି ଦଳରୁ ବହିସ୍କାର ହୋଇ ସାସଂଦ ପ୍ରଦୀପ ପାଣିଗ୍ରାହୀ ଓ ବିଧାୟକ ପ୍ରଶାନ୍ତ ଜଗଦେ୍ଦବଙ୍କ ପରି ପଦକ୍ଷେପ ।ଯେମିତିକି ଲୋକ କଥାରେ ଅଛି ସାପ ମରିବ ନି କି ବାଡି ଭାଙ୍ଗିବନି । ପଦ ରହିବ ଦଳବି ହୋଇପାରିବ ପରିବର୍ତ୍ତନ । ଶଙ୍ଖ ଛାଡି ବିଜେପିରେ ଯୋଗଦେବାରେ ନଥିବ ଲକ୍ଷ୍ମଣ ରେଖା କି ଆଇନର ଫନ୍ଦା । ଡବଲ ଇଞ୍ଜିିନ ବିଜେପି ବିଜେଡିକୁ ଦେବ ଡବଲ ଝଟକା । ଯାହା ପାଇଁ ଦିନେ ସମୟ ଆସିବ ଦଳ ଓ ପାର୍ଟି ଅଫିସ ଥିବ ହେଲେ ନଥିବେ ନେତେ । ନିଜେ ଖୋଳିଥିବା ଗତରେ ନିଜେ ପଡି ବିଜେଡି ହୋଇଯାଇଥିବ ଶ୍ରୀହୀନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’