Masthead

ମମତା ବାନାର୍ଜୀଙ୍କୁ ସାମାଜିକ ବହିଷ୍କାର କରିଛନ୍ତି ରାଜ୍ୟପାଳ ସିଭି ଆନନ୍ଦ ବୋଷ

କୋଲକତା (ବଡ଼ ଖବର ବ୍ୟୁରୋ): ଆର.ଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ଆରମ୍ଭ ହୋଇଥିବା ମମତା ସରକାରଙ୍କ ଅଡୁଆ ଥମିବାର ନାଁ ଧରୁନି। ବର୍ତ୍ତମାନ ପଶ୍ଚିମବଙ୍ଗର ରାଜ୍ୟପାଳ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ଏକ ବଡ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାମାଜିକ ବହିଷ୍କାର କରିଛନ୍ତି ରାଜ୍ୟପାଳ ସିଭି ଆନନ୍ଦ ବୋଷ। ରାଜ୍ୟପାଳ କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ମମତାଙ୍କ ସହ ଆଉ କୌଣସି ସଭା ମଞ୍ଚରେ ଏକାଠି ବସିବେନି। ମମତା ଯେଉଁ ସଭାକୁ ଯିବେ ସେ ସେଠାକୁ ଯିବେନି। ମମତାଙ୍କୁ ଲେଡି ମ୍ୟାକବେଥ୍ ସମ୍ବୋଧନ କରି ସାରା ରାଜ୍ୟରେ ଏବେ ହିଂସା ଚାଲିଛି ବୋଲି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି ରାଜ୍ୟପାଳ।

ଆରଜି କର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଁ ସମ୍ବିଧାନ, ପୀଡିତାଙ୍କ ପରିବାର, ରାଜ୍ୟବାସୀ ଏବଂ ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିଥିବା ସମସ୍ତଙ୍କ ସହ ଅଛି ଠିଆ ହୋଇଛି ବୋଲି ରାଜ୍ୟପାଳ କହିଛନ୍ତି। ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ନିମନ୍ତେ ପ୍ରସ୍ତୁତ ଥିବା ନେଇ ଘୋଷଣା କରିବାର କିଛି ଘଣ୍ଟା ପରେ ରାଜ୍ୟପାଳଙ୍କ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଛି। ନିଜ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ସମେତ ରାଜ୍ୟର ଆଇନ୍ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ବି ଅଛନ୍ତି। ଏପରି ସ୍ଥିତିରେ ରାଜ୍ୟରେ ଆଇନୃଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିବା ବେଳେ ମେଡିକାଲ ସେବା ବି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଖୋଦ ମୁଖ୍ୟମନ୍ତ୍ରୀ ଏହି ଦୁଇ ବିଭାଗର ମନ୍ତ୍ରୀ ଥାଇ ବି ରାଜ୍ୟରେ ଆଇନ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ସେବାକୁ ଟ୍ରାକକୁ ଆଣିବାକୁ ସେ ସଫଳ ହୋଇ ପାରୁନାହାନ୍ତି।

ରାଜ୍ୟପାଳ ଭାବରେ ତାଙ୍କର ଭୂମିକା ସାମ୍ବିଧାନିକ ଦାୟିତ୍ୱରେ ସୀମିତ ରହିବ। ଏହାଠୁ ଅଧିକ କି କମ୍ ନୁହେଁ । ରାଜ୍ୟରେ ଅପରାଧ ରୋକିବାକୁ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ପୁଲିସ୍ କମିଶନରଙ୍କ ବିରୋଧରେ ବି ଗୁରୁତର ଅପରାଧିକ ଅଭିଯୋଗ ରହିଥିବା ଘଟଣା ମୋତେ ଖୁବ୍ ଦୁଃଖ ଦେଇଛି ବୋଲି କହିଛନ୍ତି ରାଜ୍ୟପାଳ। କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବିରେ ଜୁନିୟର ଡାକ୍ତରମାନେ ମାସେରୁ ଊର୍ଦ୍ଧ୍ୱ ସମୟ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବାବେଳେ ଅଚଳାବସ୍ଥାର ସମାଧାନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କୁ ଗୁରୁବାର ଆଲୋଚନା ପାଇଁ ଡାକିଥିଲେ।

ତେବେ ଅଚଳାବସ୍ଥା ଦୂର କରିବାରେ ସରକାର ବିଫଳ ହୋଇଥିବା ଆନ୍ଦୋଳନକାରୀ ଡାକ୍ତରମାନେ କହିଛନ୍ତି। କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ରୋଗୀ ସେବାରେ ଅଚଳାବସ୍ଥା ଦେଖାଦେଇଛି। ଏଥିପାଇଁ ମମତା ଡାକ୍ତରମାନଙ୍କୁ ଦାୟୀ କରିଥିଲେ। ସରକାର ନିଜ ଜିଦ୍‌ରେ ଅଟଳ ରହିବାରୁ ଆଲୋଚନା ହୋଇନାହିିଁ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଡାକ୍ତରମାନେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ